ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ କୋରୋନା ଟୀକାକରଣ ପାଇଁ ଡ୍ରାଏ ରନ୍ - covid-vaccin-dry-run

ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ଟୀକାକରଣ ପାଇଁ ଆଜି(ଶନିବାର) ପ୍ରଥମ ପର୍ଯ୍ୟାୟରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

covid-vaccin-dry-run-start-in-Subarnapur
ସୁବର୍ଣ୍ଣପୁରରେ କୋରୋନା ଟୀକାକରଣ ପାଇଁ ଡ୍ରାଏ ରନ୍

By

Published : Jan 2, 2021, 9:43 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନା ଟୀକାକରଣ ପାଇଁ ଆଜି(ଶନିବାର) ପ୍ରଥମ ପର୍ଯ୍ୟାୟରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୨୫ ଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମିଲ କରି ଏହି ଡ୍ରାଏ ରନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଥିଲା ।

ସୁବର୍ଣ୍ଣପୁରରେ କୋରୋନା ଟୀକାକରଣ ପାଇଁ ଡ୍ରାଏ ରନ୍

ଆଗାମୀ ଦିନରେ ଜିଲ୍ଲାରେ ହେବାକୁ ଥିବା କୋରୋନା ଟୀକାକରଣ ପାଇଁ ଏହି ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ 60 ବର୍ଷ ବୟସରୁ ଅଧିକ ପ୍ରାୟ 72 ହଜ଼ାର ବ୍ୟକ୍ତିଙ୍କୁ ଟୀକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମେ ଏହି ମହାମାରୀ ସମୟରେ ଲୋକଙ୍କ ସେବା ଓ ଚିକିତ୍ସା କାର୍ଯ୍ୟ କରିଥିବା ବ୍ୟକ୍ତି ଵିଶେଷଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଟୀକାକରଣ ସମୟରେ ଅସୁବିଧା ସବୁ ଦୂର କରିବା ପାଇଁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦିଲ୍ଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details