ଓଡିଶା

odisha

ETV Bharat / state

କୋଭିଡ ନିୟମ ମାନୁ ନାହାନ୍ତି ଅବକାରୀ କର୍ମଚାରୀ

କୋଭିଡ ନିୟମ ମାନୁ ନାହାନ୍ତି ସରକାରୀ କର୍ମଚାରୀ । ଗୋଟିଏ ଗାଡିରେ ବୁଲୁଛନ୍ତି ଅବକାରୀ ବିଭାଗର ଏକାଧିକ କର୍ମଚାରୀ । ଅଧିକ ପଢନ୍ତୁ...

covid guideline violation by excise employees in subarnapur
କୋଭିଡ ନିୟମ ଉଲଙ୍ଘନ କଲେ ଅବକାରୀ କର୍ମଚାରୀ

By

Published : Jun 16, 2021, 11:00 AM IST

ସୁବର୍ଣ୍ଣପୁର:କୋଭିଡ ନିୟମ ମାନୁ ନାହାନ୍ତି ସରକାରୀ କର୍ମଚାରୀ । ସାରା ବିଶ୍ବ ମହାମାରୀ କାୟା ବିସ୍ତାର କରିଛି । ରାଜ୍ୟ ଓ କେନ୍ଦ୍ର ସରକାର ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ଲକଡାଉନ, ସଟଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ସାମାଜିକ ଦୂରତା ସହ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଉଛନ୍ତି । ଅମାନିଆଙ୍କଠାରୁ ଫାଇନ ଆଦାୟ ହେଉଛି । ଗରିବ ଲୋକଙ୍କ ପାଖରୁ ବି ଠାରୁ ଫାଇନ ଆଦାୟ ହେଉଛି । ହେଲେ ସରକାରୀ ବାବୁମାନେ ଖୁଲମଖୁଲା ଭାବେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି ।

କୋଭିଡ ନିୟମ ଉଲଙ୍ଘନ କଲେ ଅବକାରୀ କର୍ମଚାରୀ

କୋଭିଡ ନିୟମ ଅନୁସାରେ ୪ ଚକିଆ ଯାନରେ ୪ ଜଣରୁ ଅଧିକ ଲୋକ ବସିବା ମନା । ହେଲେ ସରକାରୀ ଗାଡିରେ ୮ ଜଣ କର୍ମଚାରୀ ବସି ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ । ଜିଲ୍ଲାର ଅବକାରୀ ବିଭାଗ ଖୋଲାଖୋଲି ଭାବରେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି । ଏ ଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କୈଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୁବର୍ଣ୍ଣପୁରରୁ ତିର୍ଥବାସୀ ପଣ୍ତା ,ଇଟିଭି ଭାରତ

ABOUT THE AUTHOR

...view details