ଓଡିଶା

odisha

ETV Bharat / state

ଚିତ୍ର ମାଧ୍ୟମରେ କୋଭିଡ ସଚେତନତା, ଜୀବିକା ଫେରି ପାଇଲେ ଚିତ୍ରକର - Coveted awareness through painting

ଚିତ୍ରକର ମାନେ ରୋଜଗାର ହରେଇବା ସହିତ ଘରେ ବସି ରହିଥିଲେ । ହେଲେ ସଦର ପୌର ପରିଷଦ ଚିତ୍ରକର ମାନଙ୍କ ହାତକୁ କାମ ଯୋଗାଇ ଦେଇଛି ।

ଚିତ୍ର ମାଧ୍ୟମରେ କୋଭିଡ ସଚେତନତା, ରୋଜଗାର ଫେରି ପାଇଲେ ଚିତ୍ରକର
ଚିତ୍ର ମାଧ୍ୟମରେ କୋଭିଡ ସଚେତନତା, ରୋଜଗାର ଫେରି ପାଇଲେ ଚିତ୍ରକର

By

Published : Aug 9, 2020, 6:29 AM IST

ସୁବର୍ଣ୍ଣପୁର: ଜିଲ୍ଲା ସଦର ପୋୖର ପରିଷଦ ପକ୍ଷରୁ ଏବେ ସହରର ବିଭନ୍ନ ଜାଗାରେ କାନ୍ଥରେ ଚିତ୍ର କରାଯାଉଛି।କୋଭିଡ 19 ପାଇଁ ଜିଲ୍ଲାରେ ଲଗାତର ଲକଡାଉନ, କର୍ଫ୍ୟୁ, ସଟଡାଉନ କରାଯାଉଥିବା ବେଳେ ଜିଲ୍ଲାର ଚିତ୍ରକର ମାନଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବ ପଡିଥିଲା ।

ଚିତ୍ର ମାଧ୍ୟମରେ କୋଭିଡ ସଚେତନତା, ରୋଜଗାର ଫେରି ପାଇଲେ ଚିତ୍ରକର

ଚିତ୍ରକର ମାନେ ରୋଜଗାର ହରେଇବା ସହିତ ଘରେ ବସି ରହିଥିଲେ । ହେଲେ ସଦର ପୋୖର ପରିଷଦ ଚିତ୍ରକର ମାନଙ୍କ ହାତକୁ କାମ ଯୋଗାଇ ଦେଇଛି । ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ପାଚେରୀ କାନ୍ଥରେ ଭଳିକିଭଳି ଚିତ୍ର କରାଯାଉଛି । ପୌର ପରିଷଦ ପକ୍ଷରୁ ଚାଲିଥିବା ଯାଗା ମିଶନ ଯୋଜନା, ସ୍ୱଚ୍ଛତା ମିଶନ କାର୍ଯ୍ୟକ୍ରମ, ସହରାଞ୍ଚଳ ବାସ ଯୋଜନା, ଘର ଘର ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଆଦିର ଚିତ୍ର କରାଯାଉଛି । ସେହିପରି ଜିଲ୍ଲାର ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ପ୍ରକାରର ଚିତ୍ର କରୁଛନ୍ତି ଚିତ୍ରକର ମାନେ।

ଫଳରେ ସହର ସୁନ୍ଦର ଓ ଆକର୍ଷଣୀୟ ହେବା ସହିତ ଚିତ୍ରକର ମାନେ ବି ବେଶ ଦୁଇ ପଇସା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ସହରରେ ତତ୍କାଳୀନ ଜିଲ୍ଲାପାଳ ଗଗନ ବିହାରୀ ସ୍ୱାଇଁ ସହରସାରା କାନ୍ଥରେ ଏଭଳି ଚିତ୍ର କରାଇ ଜନସାଧାରଣଙ୍କ ପାଖରୁ ବେଶ ପ୍ରଶଂସା ସାଉଁଟିଥିଲେ। ତେବେ ଏହି ଚିତ୍ର କାର୍ଯ୍ୟକ୍ରମ ପାଇଁ ଏବେ ସଦର ପୌର ପରିଷଦକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।ଚିତ୍ରକର ମାନେ ବି କାମ ପାଇ ଥିବାରୁ ବେଶ ଆନନ୍ଦିତ ହୋଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details