ଓଡିଶା

odisha

ETV Bharat / state

ଦୁର୍ନୀତିରେ ଉବୁଟୁବୁ ସ୍ୱାସ୍ଥ୍ୟ ବିଭାଗ, ହେରଫେର ମାମଲାରେ ବଡବଡିଆଙ୍କ ସମ୍ପୃକ୍ତି

ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଜାତୀୟ ସ୍ଵାସ୍ଥ୍ୟ ମିଶନର ୫ କୋଟି ଟଙ୍କା ହେରଫେର ମାମଲା । ଘଟଣାରେ ଅନେକ ବଡବଡିଆ ଲୋକେ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରିଛି । ଅଧିକ ପଢନ୍ତୁ...

ଦୁର୍ନୀତିରେ ଉବୁଟୁବୁ ସ୍ୱାସ୍ଥ୍ୟ ବିଭାଗ
ଦୁର୍ନୀତିରେ ଉବୁଟୁବୁ ସ୍ୱାସ୍ଥ୍ୟ ବିଭାଗ

By

Published : Aug 16, 2021, 11:45 AM IST

ସୁବର୍ଣ୍ଣପୁର: ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ଜାତୀୟ ସ୍ଵାସ୍ଥ୍ୟ ମିଶନର ୫ କୋଟି ଟଙ୍କା ହେରଫେର ମାମଲା । ଏହି ମାମଲାରେ ଅନେକ ବଡବଡିଆ ଲୋକେ ସମ୍ପୃକ୍ତି ଥିବା ବିଜେପି ଅଭିଯୋଗ କରିଛି । ଏଯାଏଁ ଏହି ହେରଫେର ମାମଲାରେ ସମ୍ପକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ବେଳେ ହେରଫେର ଟଙ୍କା ମିଳି ପାରିନାହିଁ । ତେବେ ଏହି ମାମଲାଟି ରାଜନୈତିକ ଓ ପ୍ରଶାସନିକ ଚାପ ଯୋଗୁଁ ତଦନ୍ତର ଅଗ୍ରଗତି ହୋଇ ପାରୁ ନ ଥିବା ବିଜେପି ନେତା ବଳଦେବ ବେଦବାଗ ଅଭିଯୋଗ କରିଛନ୍ତି ।

ଦୁର୍ନୀତିରେ ଉବୁଟୁବୁ ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟ କ୍ରାଇମବ୍ରାଞ୍ଚ ଇକୋନୋମିକ୍ ଅଫେନ୍ସ ୱିଙ୍ଗ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବତନ ହିସାବ ରକ୍ଷକ ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ଚରଣ ପ୍ରଧାନ ଏହି ହେରଫେର ମାମଲାରେ ସିଧାସଳଖ ସଂପୃକ୍ତ ଥିବା ବେଳେ ଆହୁରି ଅନେକ ବ୍ୟକ୍ତି ବିଶେଷ ଏହି ହେରଫେର ମାମଲାରେ ସମ୍ପକ୍ତ ଥିବା ବିଜେପି ଅଭିଯୋଗ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପବ୍ଲିକ ଫାଇନାନସିଆଲ ମ୍ୟାନେଜମେଣ୍ଟକୁ ହ୍ୟାକ କରି ଗତ 7 ଏପ୍ରିଲ 2021ରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜାତୀୟ ସ୍ବାସ୍ଥ୍ୟ ମିଶନ (ଜେଏସଏସ, ଏନ୍ଏଚ୍ଏମ୍) ଆକାଉଣ୍ଟରୁ ଅନଧିକୃତ ଭାବରେ 5,01,50,000 / ଟଙ୍କା ଖର୍ଚ୍ଚ କରାଯାଇଥିଲା । ଜାତୀୟ ସ୍ବାସ୍ଥ୍ୟ ମିଶନର ସିଷ୍ଟମର(PFMS)ଅନୁସନ୍ଧାନ ସମୟରେ ଏହା ଜଣାପଡିଥିଲା ।

ରାଜକିଶୋର ନାୟକ ପୂର୍ବରୁ ମୁଖ୍ୟ ଚିକିତ୍ସାଳୟର ଏନଏଚ.ଏମରେ ଅସ୍ଥାୟୀ ଭିତ୍ତିରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ସେ ଗତ ବର୍ଷ ଡିସେମ୍ବର ୨୪ରେ ଚାକିରି ଛାଡିଥିଲେ । ଗତ ମାର୍ଚ୍ଚ ମାସରେ ରାଜ କିଶୋରଙ୍କ ସହ ଅନ୍ୟ କିଛି ବ୍ୟକ୍ତି ମିଶି ଏନଏଚଏମ ସିଷ୍ଟମ ଅର୍ଥାତ୍ ପିଏଫଏମଏସର ପୋର୍ଟାଲକୁ ଅନଧିକୃତ ଭାବରେ ହ୍ୟାକ୍ କରି 5,01,50,000 ଟଙ୍କା ମୂଲ୍ୟର ଏକ ଇ-ଚେକ କରି ସରକାରୀ ଅନୁଦାନ ହଡପ କରିଥିଲେ। ଅନୁସନ୍ଧାନ ପରେ ପ୍ରାୟ 5 କୋଟିରୁ 3 କୋଟି 30 ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି ।

ରାଉରକେଲାର ଏସବିଆଇର ଏକ ଆକାଉଣ୍ଟକୁ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣା ପଡିଥିଲା । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାମଲା ଦାୟର କରାଯାଇଥିଲା ।ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କ୍ରାଇମ ବ୍ରାଞ୍ଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରେ ଲିଖିତ ଅଭିଯୋଗ କରାଯାଇଥିଲା । ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏବେ ବି ଉଭୟ କ୍ରାଇମବ୍ରାଞ୍ଚ ଓ ଜିଲ୍ଲା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ହେଲେ ଅନେକ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରାଯାଇନାହିଁ କି ଟଙ୍କା ମଧ୍ୟ ଜବତ କରାଯାଇ ନଥିବା ସୂଚନା ମିଳିଛି । ପ୍ରଶାସନିକ ଓ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ତଦନ୍ତରେ ଶିଥିଳତା ହେଉଥିବା ବିଜେପି ଅଭିଯୋଗ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details