ଓଡିଶା

odisha

ସୁବର୍ଣ୍ଣପୁରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ, ଭୟଭୀତ ଲୋକେ

By

Published : Jul 26, 2020, 12:19 PM IST

ଜିଲ୍ଲାରେ ତୃତୀୟ ସପ୍ତାହ ଲକଡାଉନ ଜାରି ରହିଛି । ପ୍ରଶାସନ ପକ୍ଷରୁ କୋରୋନା ସଂକ୍ରମଣ ଉପରେ କାବୁ ନେଇ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ, ଭୟଭୀତ ଲୋକେ
ସୁବର୍ଣ୍ଣପୁରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ, ଭୟଭୀତ ଲୋକେ

ସୁବର୍ଣ୍ଣପୁର: କୋରୋନା ସଂକ୍ରମଣ ବୃଦ୍ଧି ନେଇ ଜିଲ୍ଲାରେ ଗାଁରୁ ସହର ସବୁଠାରେ ଭୟର ବାତାବରଣ ଦେଖାଦେଇଛି । ଦିନକୁ ଦିନ କୋରୋନା ସଂକ୍ରମଣ ବଢିବଢି ଯାଉଛି । ଲୋକେ ଯେତିକି ସଚେତନ ହେଉଛନ୍ତି ପ୍ରଶାସନ ମଧ୍ୟ ତାଠୁ ଅଧିକ ଯତ୍ନବାନ। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁଲାଇ ମାସରେ ପ୍ରତିଟି ସପ୍ତାହରେ ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟ ଡାଉନ କରାଯାଉଛି ।

ତେବେ ତୃତୀୟ ସପ୍ତାହ ଗତକାଲି (ଶନିବାର) ଓ ଆଜି (ରବିବାର) ଦୁଇ ଦିନ ସଟ ଡାଉନ କରାଯାଇଛି । ଜିଲ୍ଲାରେ ଦୋକାନ ବଜାର, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ , ସରକାରୀ କାର୍ଯ୍ୟାଳୟ ସମେତ ଅଖ ଚକ ସବୁ ବନ୍ଦ ରହିଛି । ସେହିପରି ଜିଲ୍ଲାର ବିରମହାରାଜପୁର ସହର ସମେତ ବ୍ଲକର ସବୁ ପଞ୍ଚାୟତକୁ ଜୁଲାଇ ମାସ ଶେଷ ଯାଏଁ ସଟଡାଉନ ଘୋଷଣା କରାଯାଇଛି। ଡୁଙ୍ଗୁରିପାଲି ସହର ସହିତ ଦୁଇଟି ପାଖ ପଞ୍ଚାୟତକୁ ସଟଡାଉନ କରାଯାଇଛି।

ସୁବର୍ଣ୍ଣପୁରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ

ଜିଲ୍ଲାରେ ଏବେ ସୁଦ୍ଧା 78 ଜଣ କୋଭିଡ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ 49 ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ 25ଟି ମାମଲା ସକ୍ରିୟ ରହିଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ବ୍ୟାପକ ଭାବେ ଚେକିଂ କରାଯାଉଥିବା ବେଳେ କର୍ଫ୍ୟୁକୁ କଡାକଡି କରାଯାଇଛି। ଜନସାଧାରଣଙ୍କ ଭିତରେ କୋଭିଡ ସଂକ୍ରମଣକୁ ନେଇ ବେଶ ଭୟ ରହିଥିବା ବେଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ନେଉଥିବା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details