ସୁବର୍ଣ୍ଣପୁର: ଶେଷ ହେଲା ସୁବର୍ଣ୍ଣପୁରର ଜିଲ୍ଲା ପରିଷଦ ବୈଠକ । ଗୁରୁବାର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଆୟୋଜିତ ବୈଠକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଏବେଯାଏଁ ଜିଲ୍ଲା କୋଭିଡ-19ରେ ଗ୍ରୀନ ଜୋନରେ ଥିବାରୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କୁ ପ୍ରଶଂସା କରିଥିଲେ।
ବୈଠକରେ ପ୍ରଥମେ କୋଭିଡ-19 ସମ୍ପର୍କରେ ଆଲୋଚନା କରାଯାଇଥିଲା। କୋଭିଡ ସ୍ୱାସ୍ଥ୍ୟ ଶିବିର , ଅସ୍ଥାୟୀ କ୍ବାରେଣ୍ଟିନ କେନ୍ଦ୍ର, ପ୍ରବାସୀ ଶ୍ରମିକଙ୍କ ଆଗମନ ତଥା ପଞ୍ଚାୟତ ଗୁଡିକରେ କୋଭିଡ ସଚେତନତା ସମ୍ପର୍କରେ ଆଲୋଚନା କରାଯାଇଥିଲା।ବଜେପି ସଭ୍ୟମାନେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।