ସୁବର୍ଣ୍ଣପୁର: ଜିଲ୍ଲାରେ ମାକ୍ସ ଓ ସାଇନାଇଜରର ଅଭାବ ଦେଖାଦେଇଛି । କୋରୋନା ସଂକ୍ରମଣ ଭୟରେ ଜନସାଧାରଣ ଔଷଧ ଦୋକାନ ଗୁଡିକୁ ଯାଇ ମାକ୍ସ ଓ ସାନିଟାଇଜର ମାଗୁଛନ୍ତି । ହେଲେ ଔଷଧ ଦୋକାନଗୁଡିକରେ ମାକ୍ସ ଓ ସାନିଟାଇଜର ମିଳୁ ନଥିବାରୁ ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି । ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ବିଭିନ୍ନ କମ୍ପାନୀକୁ ମାକ୍ସ ଓ ସାନିଟାଇଜର ତୁରନ୍ତ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।
କୋରୋନା ଭୟ, ବଜାରରେ ମିଳୁନି ମାକ୍ସ ଓ ସାନିଟାଇଜର - Mask and Sanitizer are not available
ବଜାରରେ ମିଳୁନି ମାକ୍ସ ଓ ସାନିଟାଇଜର । ଯାହାକୁ ନେଇ ନିରାଶ ହେଉଛନ୍ତି ସାଧାରଣ ଲୋକେ । କୋରୋନା ପାଇଁ ସତର୍କତା ଜାରି କରାଯାଇଛି ସତ ହେଲେ ବଜାରରେ ଉପଲବ୍ଧ ନାହିଁ ମାସ୍କ ଏବଂ ସାନିଟାଇଜର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ବଜାରରେ ମିଳୁନି ମାକ୍ସ ଓ ସାନିଟାଇଜର
ଶୁକ୍ରବାର ସଂଘ କାର୍ଯ୍ୟାଳୟରେ କୋରୋନା ଉପରେ ଆୟୋଜିତ ଏକ ସଚେତନତା କର୍ମଶାଳାରେ ସାନିଟାଇଜର ବଦଳରେ ସ୍ପିରିଟ ଓ ଆଲକୋହଲ ଥିବା ଦ୍ରବ୍ୟ ତଥା ସାବୁନ ଆଦି ସାନିଟାଇଜର ଭାବେ ବ୍ୟବହାର କରିବାକୁ ସଂଘର ସଭ୍ୟମାନେ ପରାମର୍ଶ ଦେଇଛନ୍ତି । ସେହିପରି ସୋସିଆଲ ଡିସଟାନ୍ସ ରକ୍ଷା କରିବା ସହିତ ଜନସମାଗମରୁ ଦୂରତ୍ବ ରକ୍ଷା କରିବାକୁ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
Last Updated : Mar 20, 2020, 9:07 PM IST