ସୁବର୍ଣ୍ଣପୁର: ଜିଲ୍ଲାର ରାମପୁର ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଟଡାଉନ କରାଯାଇଛି । ଏସ ରାମପୁର ସରପଞ୍ଚ ସରୋଜ ମେହେର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଆଜି (ବୁଧବାର) ଠାରୁ 4 ଦିନ ପାଇଁ ରାମପୁର ବଜାର ସମେତ ସମଗ୍ର ଅଞ୍ଚଳକୁ ସଟଡାଉନ କରିଛନ୍ତି ।
ସରପଞ୍ଚ ସଟଡାଉନ ଘୋଷଣା କରିବା ସହିତ ଏହାକୁ କଡାକଡି ଲାଗୁ କରିବା ପାଇଁ ରାମପୁର ଥାନାକୁ ଅନୁରୋଧ କରିଥିଲେ । ଫଳରେ ଥାନା ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯାଗା ଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଗୁଡିକ ବାଦ ଦେଲେ ସବୁ ବନ୍ଦ କରି ଦିଆଯାଇଛି।