ସୁବର୍ଣ୍ଣପୁର: ଆଜି ଶ୍ରାବଣର ଶେଷ ସୋମବାର। ଏହି ଦିନ ଐତିହାସିକ ମନ୍ଦିର ମାଳିନୀ ସୁବର୍ଣ୍ଣପୁର ସହରର ଗଗନ ପବନ ଭୋଳାବାବା ପାର କରେଗା ଧ୍ୱନିରେ ମୁଖରିତ ହୋଇଥାଏ। ଶ୍ରଦ୍ଧାଳୁମାନେ ମହାନଦୀ, ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରୁ ଜଳ ଆଣି ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ପାଖରେ ଜଳ ଲାଗି କରିଥାନ୍ତି । ଏହା ସହିତ ଅଷ୍ଟଶମ୍ଭୁଙ୍କ ମନ୍ଦିର ପରିଦର୍ଶନ କରିଥାନ୍ତି ।
ହେଲେ ଚଳିତଥର କୋରୋନା କାରଣରୁ ସହରର ଅଷ୍ଟଶମ୍ଭୁ ମନ୍ଦିରରେ ତାଲା ପଡିଛି । ସକାଳୁ ସକାଳୁ ବାବା ରାମେଶ୍ୱର, ସୁବର୍ଣ୍ଣମେରୁ, ପଶ୍ଚିମ ସୋମନାଥ, ଗୋକରନେଶ୍ୱର ଆଦି ମନ୍ଦିରଗୁଡିକରେ ସେବାୟତ ମାନେ ନୀତିକାନ୍ତି ସାରି ତାଲା ପକେଇ ଦେଇଛନ୍ତି । ଦେବୋତ୍ତର ବିଭାଗର ଅନୁରୋଧରେ ଜିଲ୍ଲା ପୋଲିସ ମନ୍ଦିର ଗୁଡିକରେ ପାଟ୍ରୋଲିଂ କରିଛନ୍ତି । ଫଳରେ ଶ୍ରଦ୍ଧାଳୁମାନେ ଭୋଳାବାବାଙ୍କୁ ଜଳ ଲାଗି କରିବାରୁ ବଞ୍ଚିତ ହୋଇଛନ୍ତି।