ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ବଢୁଛି ସଂକ୍ରମଣ, ଭଗବତୀପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା - corona case

ସୁବର୍ଣ୍ଣପୁର ସହରରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢ଼ି ବଢି ଚାଲିଛି। ସହରରେ ପୁଣି ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ସହରର ଭଗବତୀପଡାକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।

ସୁବର୍ଣ୍ଣପୁରରେ ବଢୁଛି ସଂକ୍ରମଣ, ଭଗବତୀ ପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା
ସୁବର୍ଣ୍ଣପୁରରେ ବଢୁଛି ସଂକ୍ରମଣ, ଭଗବତୀ ପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

By

Published : Aug 19, 2020, 12:49 PM IST

Updated : Aug 19, 2020, 4:51 PM IST

ସୁବର୍ଣ୍ଣପୁର: ସହରରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢ଼ି ବଢି ଚାଲିଛି। ସହରରେ ପୁଣି ଜଣେ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ସହରର ଭଗବତୀପଡାକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି।

ପୁନର୍ବାର ଜିଲ୍ଲାପାଳଙ୍କ ଆଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା ଆଦେଶ ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ଜାରି କରିଥିବା ଆଦେଶରେ କୁହାଯାଇଛି। ଜନସାଧାରଣଙ୍କ ଦୈନିକ ଆବଶ୍ୟକତା ପୂରଣ କରିବା ପାଇଁ ପୋୖର ପରିଷଦର କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇନଶୃଙ୍ଖଳା ପାଇଁ ସଦର ତହସିଲଦାର ଓ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଜଣେ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।

ସୁବର୍ଣ୍ଣପୁରରେ ବଢୁଛି ସଂକ୍ରମଣ, ଭଗବତୀପଡାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଣ୍ଟେନମେଣ୍ଟ ଜୋନ ତଦାରଖ ପାଇଁ ଉପ ଜିଲ୍ଲାପାଳ ନିହାର ରଞ୍ଜନ କଅଁରଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ନେଉଥିବା ପଦକ୍ଷେପକୁ ସହରରେ ବିଭନ୍ନ ମହଲରେ ସ୍ୱାଗତ କରାଯାଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Aug 19, 2020, 4:51 PM IST

ABOUT THE AUTHOR

...view details