ସୁବର୍ଣ୍ଣପୁର: ହଳିଆ ଗୀତ । ଦୂରରୁ ଭାସି ଆସୁଥିବା ହଳିଆ ଗୀତର ମଧୂର ମୂର୍ଚ୍ଛନାରେ ଘଡ଼ିଏ ବାନ୍ଧି ହୋଇ ରହିଯାଏ ବାଟୋଇ। କାନରେ ସଙ୍ଗୀତ ସ୍ବର ପଡିଲେ ଦେହ ମନ ଶିହରି ଉଠେ। ରାମାୟଣ, ମହାଭାରତର ବିଷୟ ବସ୍ତୁ ହେଉ ଅବା ଦିଅର ଭାଉଜଙ୍କ ସାରସ୍ବତ ପ୍ରେମ, ଗୀତଟି କଣ୍ଠଶିଳ୍ପୀର କଣ୍ଠରୁ ବନ୍ଦ ନ ହେବା ଯାଏଁ ବାଟୋଇ ଆଉ ଆଗକୁ ପାଦ ବଢ଼େଇ ପାରେ ନାହିଁ।
ସେହିପରି ମନକୁ ଛୁଇଁବା ପରି ହଳିଆ ଗୀତ ସ୍ବରରେ କୋରୋନାର ସଚେତନତାର ବାର୍ତା ପରସିଦେଇଛନ୍ତି ଶିକ୍ଷକ କାମପାଳ ପଣ୍ଡା। ଏହି ଗୀତରେ ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀର ଉଲ୍ଲେଖ କରିଛନ୍ତି। ଏହାକୁ ଦୈବୀ ଦୁର୍ବିପାକ ସହିତ ତୁଳନା କରି ହାତ ଧୋଇବା, ମାସ୍କ ପିନ୍ଧିବା, ଅଭିବାଦନ ସମୟରେ ନମସ୍କାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଆଦି ବାର୍ତ୍ତା ଦେଇଛନ୍ତି।