ଓଡିଶା

odisha

ETV Bharat / state

ଲୋକକଳାରେ କୋରୋନା ସଚେତନତା - ଲୋକକଳା ମାଧ୍ୟମରେ କୋରୋନା ସଚେତନତା

ସୁବର୍ଣ୍ଣପୁର ଜିଲ୍ଲାରେ ଜନସାଧାରଣଙ୍କ ଭିତରେ କୋରୋନା ସଂକ୍ରମଣକୁ ନେଇ ବ୍ୟାପକ ସଚେତନତା କରାଯାଉଛି । ଅଧିକ ପଢନ୍ତୁ...

Corona awareness through by folk art in Subarnapur
ଲୋକକଳା ମାଧ୍ୟମରେ କୋରୋନା ସଚେତନତା

By

Published : May 2, 2021, 9:15 PM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଜନସାଧାରଣଙ୍କ ଭିତରେ କୋରୋନା ସଂକ୍ରମଣକୁ ନେଇ ବ୍ୟାପକ ସଚେତନତା କରାଯାଉଛି । ବିଭିନ୍ନ ଜାଗାରେ ଲୋକକଳା ମାଧ୍ୟମରେ ଜନସାଧାରଣଙ୍କୁ ଏହି ମହାମାରୀ ସମ୍ପର୍କରେ ସଚେତନ କରାଯାଉଛି ।

ଲୋକକଳା ମାଧ୍ୟମରେ କୋରୋନା ସଚେତନତା

ଏହିପରି ଲେହେଡି ଗାଁରେ କରମା ଛନ୍ଦେ ଛନ୍ଦେ ଗାଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇଛି । ମାଦଲ ଓ ତାଳ ସହାୟତାରେ ଗାୟକ ବାଦକମାନେ କୋରୋନା ମହାମାରୀର ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି।

ଦିନକୁ ଦିନ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ବଢି ବଢି ଚାଲିଛି । ଆଜି(ରବିବାର) 207 ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ଏବେ 744 ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ତେବେ ସଂକ୍ରମଣ ରୋକିବା ପାଇଁ ମାସ୍କ ପରିଧାନ କରିବା, ହାତ ଧୋଇବା, ଜରୁରୀ କାର୍ଯ୍ୟ ନ ଥିଲେ ଘରେ ରହିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ତଥା କୋରୋନା ଟୀକା ନେବା ଆଦି ବାର୍ତ୍ତା ଗୀତ ମାଧ୍ୟମରେ ଜନସାଧାରଣଙ୍କ ଭିତରେ ବଣ୍ଟାଯାଉଛି ।

ତେବେ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ହେଉଥିବା ବେଳେ ରାତ୍ରିକାଳୀନ କର୍ଫ୍ୟୁ ପାଳନ କରାଯାଉଛି । ଲୋକେ ବି ସଚେତନ ରହୁଥିବା ବେଳେ ଗାଁରୁ ସହର ଏପରି ଲୋକ କଳା ମାଧ୍ୟମରେ ସଚେତନତାର ବାର୍ତ୍ତା ଲୋକଙ୍କୁ କୋରୋନା କାଳରେ ମନୋରଞ୍ଜନ ଯୋଗାଇବାରେ ସହାୟକ ହୋଇଛି ନିଶ୍ଚୟ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details