ସୁବର୍ଣ୍ଣପୁର: ଶନିବାର ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । କୃଷକ ସଙ୍ଗଠନ ସଭାପତି ରାଜିନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ଚାଷୀମାନେ ୟୁରିଆ ସାର ଯୋଗାଇ ଦେବା ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।
ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖାଦେଇଛି । ଅସାଧୁ ବ୍ୟବସାୟୀ ଓ କୃଷି ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ୟୁରିଆ ସାରର କୁତ୍ରିମ ଅଭାବ ଦେଖା ଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏବେ ସାରର ଅଭାବରେ ଚାଷୀମାନେ ବେଶ ହଇରାଣ ହେଉଛନ୍ତି । କେଉଁ ଜାଗାରେ ରାଜସ୍ବ ଅଧିକାରୀଙ୍କୁ ମାଡ଼ ହେଉଛି ତ କେଉଁଠି ଚାଷୀମାନେ ସାର ଗୋଦାମ ଆଗରେ ଆନ୍ଦୋଳନ କରୁଛନ୍ତି ।