ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋଭିଡ ଯୋଦ୍ଧାଙ୍କ ଧାରଣା - health workers permanent employment

ସ୍ଥାୟୀ ନିଯୁକ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା । ଦାବି ପୂରଣ ନ ହେବା ଯାଏଁ ଧାରଣା ଜାରି ରହିବା ନେଇ ଚେତାବନୀ । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋଭିଡ ଯୋଦ୍ଧାଙ୍କ ଧାରଣା
ସ୍ଥାୟୀ ନିଯୁକ୍ତ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋଭିଡ ଯୋଦ୍ଧାଙ୍କ ଧାରଣା

By

Published : Dec 19, 2020, 4:37 PM IST

ସୁବର୍ଣ୍ଣପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜିଏନଏମ ସ୍ବାସ୍ଥ୍ୟକର୍ମୀଙ୍କ ଧାରଣା । ଶନିବାର ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ସ୍ବାସ୍ଥ୍ୟକର୍ମୀମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । କୋଭିଡ ସମୟରେ ଏମାନଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଏହି ଅସ୍ଥାୟୀ ସ୍ବାସ୍ଥ୍ୟକର୍ମୀଙ୍କ ଚାକିରୀ କାର୍ଯ୍ୟକାଳ ଶେଷ ହେବାକୁ ବସିଛି । ଏଣୁ ଜିଲ୍ଲା ମଧ୍ୟରେ ହିଁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସ୍ବାସ୍ଥ୍ୟକର୍ମୀମାନେ ଦାବି କରିଛନ୍ତି ।

ସ୍ଥାୟୀ ନିଯୁକ୍ତ ଦାବି: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କୋଭିଡ ଯୋଦ୍ଧାଙ୍କ ଧାରଣା

କୋଭିଡ ମହାମାରୀର ଚିକିତ୍ସା ପାଇଁ ପ୍ରାୟ 38 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ମାତ୍ର ଡିସେମ୍ବର ଶେଷ ଯାଏଁ ହିଁ ସେମାନଙ୍କୁ କାର୍ଯ୍ୟ କରିବାକୁ କୁହାଯାଇଛି । ଏହି ଧାରଣାରତ ସ୍ବାସ୍ଥ୍ୟକର୍ମୀମାନେ ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ କାର୍ଯ୍ୟ କରୁଛନ୍ତି । ସେମାନେ ନିଜର ଦୈନିକ କାର୍ଯ୍ୟ ସମୟ ପରେ ଧାରଣାସ୍ଥଳକୁ ଆସୁଛନ୍ତି । ସେମାନଙ୍କ କାର୍ଯ୍ୟକାଳ ଆଉ କେଇଟା ଦିନ ଥିବା ବେଳେ ସେମାନେ ଜିଲ୍ଲା ମଧ୍ୟରେ ନିଜର ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଛନ୍ତି ।

ପୂର୍ବରୁ ମଧ୍ୟ ଏମାନଙ୍କୁ ଛଟେଇ ନକରି ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଥିଲେ । ଏବେ ରାଜ୍ୟ ସରକାର ପୁଣି ସ୍ବାସ୍ଥ୍ୟକର୍ମୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ କୋଭିଡ ମହାମାରୀ ସମୟରେ କାର୍ଯ୍ୟ କରି ଆସୁଥିବା ଏହି ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ସେହି ଚୟନ ପ୍ରକ୍ରିୟାରେ ସାମିଲ କରି ଜିଲ୍ଲାରେ ହିଁ ନିଯୁକ୍ତି ଦେବାକୁ ଦାବି କରାଯାଇଛି । ତେବେ ଦାବି ପୂରଣ ନ ହେବା ଯାଏଁ ଏହି ଧାରଣା ଜାରି ରହିବ ବୋଲି ଧାରଣରତ ସ୍ବାସ୍ଥ୍ୟକର୍ମୀମାନେ ଜଣାଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details