ଓଡିଶା

odisha

ETV Bharat / state

ଥାନା ଭିତରେ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ - Contractor suicide attempt

ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଠିକା ଟଙ୍କାକୁ ନେଇ ଜଣେ ଯୁବକ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି । ଅଧିକ ପଢନ୍ତୁ...

ଥାନା ଭିତରେ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ
ଥାନା ଭିତରେ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ

By

Published : Feb 26, 2021, 7:43 PM IST

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାରେ ଠିକା ଟଙ୍କାକୁ ନେଇ ଜଣେ ଯୁବକ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛି । ଦୀର୍ଘ ଦଶବର୍ଷ ତଳେ ଉଲୁଣ୍ଡା ବ୍ଲକ ଝାରବାହାଲି ଗାଁ ରାସ୍ତାର ଉନ୍ନତି ପାଇଁ 5 ଲକ୍ଷ ଟଙ୍କାର ଡିପାର୍ଟମେଣ୍ଟାଲ କାମ ହୋଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ 87 ହଜାର ଟଙ୍କା ମିଳିନ ଥିବାରୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ଝାରବାହାଲି ଗାଁର ଠିକାଦାର ତ୍ରିଲୋଚନ ପୁରୋହିତ ।

ଥାନା ଭିତରେ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ

ନିଜ ଦେହରେ ପେଟ୍ରୋଲ ଢାଳି ଦେଇଥିବା ବେଳେ ଯୁବକକୁ କାବୁ କରିଥିଲେ ପୋଲିସ । ଦଶବର୍ଷ ତଳେ ଉଲୁଣ୍ଡା ବ୍ଲକର ଜେଇ ବିଜୟ ମୂର୍ତ୍ତି ଏହି ବିଭାଗ କାମର ଦାୟିତ୍ୱରେ ଥିଲେ । ଏବେ ମୂର୍ତ୍ତି ବିନିକା ବ୍ଲକ କାର୍ଯ୍ୟାଳୟରେ ଜେଇ ଅଛନ୍ତି ।

ଗତ 18 ତାରିଖରେ ଜେଇ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଉଭୟଙ୍କୁ ବିନିକା ଥାନା ଅଧିକାରୀ ଡାକିଥିଲେ । ହେଲେ ଠିକାଦାର ଜଣକ 87 ହଜାର ଟଙ୍କା ମିଳି ନଥିବାରୁ ଥାନା ଅଧିକାରୀ ଏବଂ ଜେଇଙ୍କ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details