ସୁବର୍ଣ୍ଣପୁର: ଚାଷୀର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯାଇଛି । କୃଷି ଓ କୃଷକର ସମସ୍ୟା ସମାଧାନ ଦାବିରେ ଆଜକୁ 18 ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛି । ବିଶେଷକରି ହୀରାକୁଦ ଜଳସେଚିତ ଅଞ୍ଚଳ ବିନିକା ଓ ଡୁଙ୍ଗୁରିପାଲି ବ୍ଳକରେ ଗତ ରବି ଋତୁ ଧାନ କିଣାରେ ବ୍ୟାପକ ଅନିୟମିତତାକୁ ଆଧାର କରି ଏହି ଆନ୍ଦୋଳନ କରାଯାଉଛି ।
ଡୁଙ୍ଗୁରିପାଲି ଓ ବିନିକା ବ୍ଳକ ଘେରାଉ କାର୍ଯ୍ୟକ୍ରମ ସହିତ ରାମପୁର ଓ ବିନିକା ତହସିଲରେ ଚାଷୀମାନେ ଶହ ଶହ କୁଇଣ୍ଟାଲ ଧାନ ଗଦା କରି ଦେଇଛନ୍ତି । ଟୋକନ ଲ୍ୟାପ୍ସ ହୋଇଥିବା ଯୋଗୁଁ ଚାଷୀମାନେ ରବି ଋତୁରେ ଉତ୍ପାଦିତ ଧାନକୁ ବିକ୍ରି କରି ପାରିନାହାନ୍ତି ।