ଓଡିଶା

odisha

By

Published : Aug 18, 2023, 10:21 PM IST

ETV Bharat / state

ସୁବର୍ଣ୍ଣପୁର ଜିଲ୍ଲାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ବିଜେଡିକୁ ଟାର୍ଗେଟ୍‌

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ବିଭିନ୍ନ ଦାବିନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍। ଅଧିକ ପଢ଼ନ୍ତୁ

କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଛଅ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ୱରେ ସଦର ବ୍ଲକ କାର୍ଯ୍ୟାଳୟ ଆଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି। ଏହି ଆନ୍ଦୋଳନରେ କଂଗ୍ରେସ କର୍ମୀମାନେ ନିଜକୁ ଗିରଫଦାରୀ ଦେଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ଜଣେ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇ ନାହିଁ।

ଆଜି(ଶୁକ୍ରବାର) କଂଗ୍ରେସ କର୍ମୀମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ଧାରଣାରେ ବସିଥିଲେ । ବ୍ଲକ୍‌ କଂଗ୍ରେସ କମିଟି ପ୍ରତିଟି ବ୍ଲକ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନେଇଥିବା ବେଳେ ଜନସାଧାରଣମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ତେବେ ରାଜ୍ୟ ସରକାରଙ୍କ 23ବର୍ଷର ଶାସନ ଭିତରେ ସମସ୍ତ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ନାରୀ ନିର୍ଯାତନା ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି। ସେହିପରି ନିତ୍ୟ ବ୍ୟବହାର ଜିନିଷପତ୍ରର ଦରଦାମ ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ଦରଦାମକୁ ସରକାର ନିୟନ୍ତ୍ରଣ କରି ପାରୁ ନାହାଁନ୍ତି। ଏହାସହ ଓଡ଼ିଶାର ଖଞ୍ଜଣା ମଧ୍ୟ ଲୁଟ୍‌ ହେଉଥିବା କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ....Manipur Violence: ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା ମହିଳା କଂଗ୍ରେସ

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ବେକାରୀ ସମସ୍ୟା ଲାଗି ରହିଥିବା ବେଳେ ଯୁବ ଗୋଷ୍ଠୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଓ ପ୍ରଶିକ୍ଷଣ ଆଧାରରେ ନିଯୁକ୍ତି ଦିଆଯାଇ ପାରୁନାହିଁ । ଦିନକୁ ଦିନ ରାଜ୍ୟରେ ବେକାରୀ ସମସ୍ୟା ବଢ଼ୁଥିବାରୁ ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି । ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମେଡ଼ିକାଲରେ କୋଟିକୋଟି ଟଙ୍କାର ଘୋଟାଲା ହୋଇଛି । ଟାଟା ପାୱାର କମ୍ପାନୀ ଗ୍ରାହକଙ୍କୁ ଶୋଷଣ କରୁଥିବା ଅଭିଯୋଗ କରି ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବା ପାଇଁ ଆନ୍ଦୋଳନ ତଥା ବ୍ଲକ ଘେରାଉ କାର୍ଯ୍ୟକ୍ରମ ମାଧ୍ୟମରେ କଂଗ୍ରେସ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି କଂଗ୍ରେସ ।

ତେବେ ଆଗାମୀ 2024 ରାଜ୍ୟ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା କଂଗ୍ରେସ କମିଟି ଜନସାଧାରଣଙ୍କ ନିକଟତର ହେବା ପାଇଁ କଂଗ୍ରେସ ଏହି ପଦକ୍ଷେପ ନେଇଥିବା ନେଇ ଆଲୋଚନା ହେଉଛି । ତେବେ ସୁବର୍ଣ୍ଣପୁର ଜିଲ୍ଲାରେ ଦୀର୍ଘ ଦିନ ପରେ କଂଗ୍ରେସ ଦ୍ବାରା କରାଯାଇଥିବା ଏଭଳି ଆନ୍ଦୋଳନ ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ରାଜନୈତିକ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details