ସୁବର୍ଣ୍ଣପୁର: ବନ୍ୟା ପରର ସ୍ଥିତି ପରିଦର୍ଶନରେ ସୁବର୍ଣ୍ଣପୁର ଜିଲ୍ଲାକୁ ଦିନିକିଆ ଗସ୍ତ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ର । ବନ୍ୟା ପ୍ରଭାବିତ ଚାଷୀଙ୍କ ସହ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି । ନରସିଂହ ମିଶ୍ରଙ୍କ ସହିତ ଜିଲ୍ଲାର ଅନେକ କଂଗ୍ରେସ ନେତା ମଧ୍ୟ ପରିଦର୍ଶନରେ ଯାଇଥିଲେ।
ଗତ ମହାନଦୀ ବନ୍ୟାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଉଲୁଣ୍ଡା ବ୍ଲକର ନିମନା, ଦସରାଜପୁର ଓ ମୁଣ୍ଡଘାଟ ଆଦି ଅଞ୍ଚଳ ପରିଦର୍ଶନ କରିଥିଲେ। ଚାଷୀ ମାନଙ୍କ ପକ୍ଷରୁ ନରସିଂହ ମିଶ୍ରଙ୍କ ଆଗରେ କୃଷିରେ ହୋଇଥିବା କ୍ଷୟକ୍ଷତି ଓ ଘରଭାଙ୍ଗି ବାସହରା ହୋଇଥିବା ବ୍ୟକ୍ତିମାନେ ସହାୟତା ପାଇଁ ଦାବି ଉପସ୍ଥାପନ କରିଥିଲେ।