ଓଡିଶା

odisha

ETV Bharat / state

ଜାତୀୟ ହସ୍ତତନ୍ତ ଦିବସରେ ସୁବର୍ଣ୍ଣପୁରୀ ପାଟବସ୍ତ୍ର ବୁଣାକାରଙ୍କୁ ଶୁଭେଚ୍ଛା - Subarnapuri Pata on the occasion of National Handloom Day

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବୁଣାକାରମାନଙ୍କୁ ଗବେଷକମାନେ ଶୁଭେଚ୍ଛା ଜଣାଇବା ସହିତ ବନ୍ଧଶିଳ୍ପର ପ୍ରୟୋଗଶାଳା ଭାବେ ପରିଚିତ ଏହି ଅଞ୍ଚଳର କରିଗରମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପାଖରେ ଦାବି ରଖିଛନ୍ତି ।

National Handloom Day
ସୁବର୍ଣ୍ଣପୁରୀପାଟ ବସ୍ତ୍ର ବୁଣାକାରଙ୍କୁ ଶୁଭେଚ୍ଛା

By

Published : Aug 7, 2020, 10:29 PM IST

ସୁବର୍ଣ୍ଣପୁର: ମହିଳାମାନଙ୍କ ସବୁ ସମୟରେ ପ୍ରଥମ ପସନ୍ଦ ସୁବର୍ଣ୍ଣପୁରୀ ପାଟବସ୍ତ୍ର । ଏହାର ପ୍ରାକୃତିକ ରଙ୍ଗ, ସୂତା ଓ ସୂକ୍ଷ୍ମ କାରିଗରୀ ପାଇଁ ଆଜି ସୁବର୍ଣ୍ଣପୁରୀ ପାଟବସ୍ତ୍ର ଖାଲି ଆମ ଦେଶରେ ନୁହେଁ ଆନ୍ତର୍ଜାତିକ ସ୍ତରରେ ବି ଡିମାଣ୍ଡରେ । ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବୁଣାକାରମାନଙ୍କୁ ଗବେଷକମାନେ ଶୁଭେଚ୍ଛା ଜଣାଇବା ସହିତ ବନ୍ଧଶିଳ୍ପର ପ୍ରୟୋଗଶାଳା ଭାବେ ପରିଚିତ ଏହି ଅଞ୍ଚଳର କରିଗରମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପାଖରେ ଦାବି ରଖିଛନ୍ତି।

ସୁବର୍ଣ୍ଣପୁରୀପାଟ ବସ୍ତ୍ର ବୁଣାକାରଙ୍କୁ ଶୁଭେଚ୍ଛା

ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ସୁବର୍ଣ୍ଣପୁରର ବାନ୍ଧଶିଳ୍ପୀମାନେ ଜାତୀୟ ସ୍ତରରୁ ଆରମ୍ଭ କରି ଆନ୍ତର୍ଜାତିକସ୍ତର ଯାଏଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ରାସାୟନିକ ରଙ୍ଗ ବଦଳରେ ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଉଥିବାରୁ ଏହି ବସ୍ତ୍ର ଶରୀର ପାଇଁ ବେଶ ଆରାମ ଦାୟକ ହୋଇଥାଏ । ସାରା ଭାରତର ବିଭନ୍ନ ସହରରେ ସୁବର୍ଣ୍ଣପୁରୀ ପାଟ ବସ୍ତ୍ରର ପ୍ରଦର୍ଶନୀ ହେଉଥିବା ବେଳେ ବିକ୍ରି ବଟାର ବ୍ୟବସ୍ଥା ହେଉଛି ।

ଜାତୀୟ ହସ୍ତତନ୍ତ ଦିବସ ଅବସରେ ଶୁଭେଚ୍ଛା

ଆଉ ଏବେ ତ ବଲିଉଡର କଳାକାରମାନେ ଏହି ପାଟବସ୍ତ୍ର ପରିଧାନ କରି ବୁଣାକାର ଓ ବାନ୍ଧ ଶିଳ୍ପୀ ମାନଙ୍କୁ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ ପ୍ରାୟ 52 ହଜାରରୁ ଅଧିକ ପରିବାର ବିଭନ୍ନ ପ୍ରକାରର ବସ୍ତ୍ର ବୁଣା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।

ପ୍ରାକୃତିକ ରଙ୍ଗ,ସୂତା ଓ ସୂକ୍ଷ୍ମ କାରିଗରୀ ପାଇଁ ପ୍ରସିଦ୍ଧି

ଆଜିର ସ୍ବୟଂଚାଳିତ ବସ୍ତ୍ର ଉତ୍ପାଦନ ମେସିନରେ ବିଭିନ୍ନ ପ୍ରକାରର ସୌଖିନ ବସ୍ତ୍ର ଉତ୍ପାଦନ କରାଯାଇ ପାରୁଥିବା ବେଳେ ଗ୍ରାହକମାନେ କିନ୍ତୁ ସୁବର୍ଣ୍ଣପୁରର ବୁଣାକାରମାନଙ୍କ ହାତ ତିଆରି ବସ୍ତ୍ରକୁ ଅଧିକ ପସନ୍ଦ କରିଥାନ୍ତି।ସେଥିପାଇଁ ତ ଦିନକୁ ଦିନ ଏହାର ଚାହିଦା ବଢ଼ିବାରେ ଲାଗିଛି।

ମହିଳାମାନଙ୍କ ସବୁ ସମୟରେ ପ୍ରଥମ ପସନ୍ଦ ସୁବର୍ଣ୍ଣପୁରୀ ପାଟବସ୍ତ୍ର

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details