ସୁବର୍ଣ୍ଣପୁର:ଜିଲ୍ଲାର କମ୍ୟୁନିଷ୍ଟ ଦଳ ପକ୍ଷରୁ ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି । କମ୍ୟୁନିଷ୍ଟ ନେତା ଗୋବିନ୍ଦ ମହାରଣାଙ୍କ ନେୃତୃତ୍ବରେ କମ୍ୟୁନିଷ୍ଟ ସଭ୍ୟମାନେ ପ୍ଲାକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବର୍ଷର ଆରମ୍ଭରୁ ସ୍ବଳ୍ପ ଓ ଅନିୟମିତ ବୃଷ୍ଟି ପାଇଁ ମାଳ, ଆଟ ଓ କିଛି ବେର୍ଣ୍ଣା ଚାଷଜମି ମରୁଡି ପ୍ରଭାବିତ ହୋଇଛି। ସେହିପରି ଗତ ୨ ଦିନ ତଳେ ଲଗାଣ ବର୍ଷାରେ ଚାଷୀ ଓ ଶ୍ରମିକ ମାନଙ୍କ ଚାଳ ଛପର ଘର ଭାଙ୍ଗିବା ସହିତ ଅନେକ ଗ୍ରାମର ରାସ୍ତା ଶୋଚନୀୟ ହୋଇପଡି଼ଛି । ତେବେ ବନ୍ୟା ରିଲିଫ ପାଣ୍ଠିରୁ ରାସ୍ତା ମରାମତି କରିବା ସହିତ ଘର ଭାଙ୍ଗିଯାଇଥିବା ପରିବାରଗୁଡିକୁ ତୁରନ୍ତ ଆର୍ଥିକ ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ଦାବି ହୋଇଛି ।