ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଅସହ୍ୟ ଶୀତ; ଖରା ନ ଆସିଲେ ବାହାରୁ ନାହାଁନ୍ତି ଲୋକେ

ସୁବର୍ଣ୍ଣପୁରବାସୀଙ୍କୁ କଲବଲ କରୁଛି ଅସହ୍ୟ ଶୀତ । ସକାଳୁ ହେଉ କି ସଞ୍ଜ ଲୋକେ ନିଆଁ ଜାଳି ପୁଇଁ ହେଉଥିବା ଦେଖିବାକୁ ମିଳିଛି । ସେପଟେ, ସୂର୍ଯ୍ଯକିରଣ ନ ପଡିଲେ ଘରୁ ବାହାରୁନାହାଁନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ...

By

Published : Dec 23, 2020, 11:32 AM IST

Updated : Dec 23, 2020, 11:48 AM IST

ସୁବର୍ଣ୍ଣପୁରରେ ଅସହ୍ୟ ଶୀତ
ସୁବର୍ଣ୍ଣପୁରରେ ଅସହ୍ୟ ଶୀତ

ସୁବର୍ଣ୍ଣପୁର: ରାଜ୍ୟରେ ଅସହ୍ୟ ଶୀତ ଲହରୀ ଜାରି ରହିଛି । ପ୍ରବଳ ଶୀତରେ ଥରୁଛନ୍ତି ସୁବର୍ଣ୍ଣପୁରବାସୀ । ସକାଳୁ ସକାଳୁ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ସୂର୍ଯ୍ୟକିରଣ ନ ବଢିବା ଯାଏଁ କେହି ଘରୁ ବାହାରୁ ନାହାଁନ୍ତି । ଗତକାଲି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା 9.2 ଡିଗ୍ରୀ ସେଲସିୟସ ଥିବାବେଳେ ତା ପୂର୍ବଦିନ 9.4 ଡିଗ୍ରୀ ସେଲସିୟସ ରହିଥିଲା । ଗତକାଲି ଜିଲ୍ଲା ପାଇଁ ୟେଲୋ ଚେତାବନୀ ଜାରି କରାଯାଇଥିଲା । ଅସହ୍ୟ ଶୀତ ଯୋଗୁଁ ଦିନ ମଜୁରିଆଙ୍କ ଜୀବନରେ ପ୍ରଭାବ ପକାଇଛି । ଶୀତ ପାଇଁ ଲୋକେ ଆଉ କାମ ଧନ୍ଦାକୁ ଯାଇ ପାରୁନଥିବାରୁ ସେମାନଙ୍କ ଦୁଃଖ ଏବେ ଦ୍ବିଗୁଣିତ ହୋଇଛି ।

ଖରା ନ ଆସିଲେ ବାହାରୁ ନାହାଁନ୍ତି ଲୋକେ

ସେପଟେ, ଶୀତ ଦାଉର ରକ୍ଷା କରିବାକୁ ସକାଳ ସଞ୍ଜରେ ନିଆଁ ଜାଳି ଶରୀରକୁ ଉଷୁମ ରଖୁଛନ୍ତି । ଗତ ଡିସେମ୍ବର 17 ରୁ ଆଜି ଯାଏଁ ଲଗାତାର ଭାବେ ପାରଦ 7 ଡିଗ୍ରୀ ତଳକୁ ଖସିଛି । ଲୋକେ ବି ଶୀତ ପାଇଁ ଏବେ ଆଉ ଶୀଘ୍ର ବିଛଣା ଛାଡୁ ନାହାଁନ୍ତି । ପ୍ରତିଦିନ ସ୍ବାସ୍ଥ୍ୟ ସଚେତନ ଲୋକେ ସକାଳ ବ୍ୟାୟାମ ପାଇଁ ଘରୁ ବାହାରି ପାର୍କକୁ ଯାଉଥିବା ଦେଖୁବାକୁ ମିଳୁଥିଲା । ହେଲେ ଶୀତର ପ୍ରକୋପରେ ଲୋକେ ପ୍ରାୟ ଭୁଲି ଯାଉଛନ୍ତି ସକାଳ ବ୍ଯାୟାମ । ତେବେ ଆଗକୁ ଶୀତ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Dec 23, 2020, 11:48 AM IST

ABOUT THE AUTHOR

...view details