ସୁବର୍ଣ୍ଣପୁର:ସଦର ପୌର ପରିଷଦ ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଥଣ୍ଡା ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହୋଇଥିବା ଅଭିଯୋଗ । ପାନୀୟ ଜଳ ଯୋଗାଇ ଦେବା ପାଇଁ ସହରରେ 18 ଗୋଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇଛି । କିନ୍ତୁ ତାହା ଏବେ ଥଣ୍ଡା ପାନୀୟ ଯୋଗାଇବାରେ ବିଫଳ ହୋଇଛି । ଜନଗହଳିପୂର୍ଣ୍ଣ ସ୍ଥାନ କଚେରୀ ଛକ, ବସଷ୍ଟାଣ୍ଡ ,ମଙ୍ଗଳବାର ବଜାର, ତହସିଲ କାର୍ଯ୍ୟାଳୟ ଆଦି ସ୍ଥାନରେ ଏହା ରହିଛି । ହେଲେ ପ୍ରକଳ୍ପର ମେସିନ ମରାମତି କରାଯାଉ ନ ଥିବାବେଳେ ଟାଙ୍କି ସଫା କରାଯାଉନାହିଁ । ଫଳରେ ପ୍ରକଳ୍ପର ମେସିନ ଚାଲୁ ନ ଥିବାରୁ ପ୍ରକଳ୍ପରୁ ଗରମ ପାଣି ବାହାରୁଛି ।
ପ୍ରକଳ୍ପ ପାଣିଟାଙ୍କିକୁ ସଦା ସର୍ବଦା ପାଣି ଯୋଗାଇ ଦିଆଯାଉ ନଥିବାରୁ ପାଣି ଘଣ୍ଟେ ଦୁଇ ଘଣ୍ଟା ପରେ ବନ୍ଦ ବି ହୋଇ ଯାଉଛି । ପ୍ରତିଟି ପ୍ରକଳ୍ପରେ 500 ଲିଟର ପାଣି ଟାଙ୍କି ଲଗାଯାଇଛି । କିନ୍ତୁ ଯାହା ଅନୁନ୍ୟ ୧୫ଶହରୁ ଦୁଇ ହଜାର ଲିଟର ପାଣି ଟାଙ୍କିର ଆବଶ୍ୟକତା ରହିଛି । ବର୍ଷ ବର୍ଷ ଧରି ଟାଙ୍କି ସଫା କରାଯାଉ ନ ଥିବାରୁ ମଇଳା ଜମା ରହିଛି ।