ସୁବର୍ଣ୍ଣପୁର: ତରଭା ବ୍ଳକରେ ତିନିଦିନଧରି ଚାଲିଥିବା ଡଙ୍ଗର ଲୋକ ମହୋତ୍ସବ-2019 ଉଦଯାପିତ ହୋଇଛି । ତୁଲୁଣ୍ଡାର ଚୁଡାଖାଇର ଡଙ୍ଗର ପାଦ ଦେଶରେ ତିନିଦିନ ଧରି ଏହି ମହୋତ୍ସବ ଚାଲିଥିଲା । ସ୍ଥାନୀୟ କଳାକାର ମାନେ ସାମରିକ କଳାକୌଶଳରେ ଭରପୁର ବିଭିନ୍ନ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଡଙ୍ଗର ଦେବୀଙ୍କ ପାଖରେ ନୂଆଁଚୁଡା ଅର୍ପଣ କରାଯାଇଥିଲା ।
ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଭାବେ ମାନ୍ୟତା ପାଇଥିବା ଏହି ଡଙ୍ଗର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇଥିଲେ । ପର୍ଯ୍ୟଟନର ବିକାଶ ପାଇଁ ଅନେକ ଘୋଷଣା କରିଥିଲେ ।