ଓଡିଶା

odisha

ETV Bharat / state

ସଫେଇ କର୍ମଚାରୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ - ସଫେଇ କର୍ମଚାରୀଙ୍କ ନୀରବ ବିକ୍ଷୋଭ

ସଫେଇ କର୍ମଚାରୀଙ୍କ କୋରୋନା ଇନସେଣ୍ଟିଭ ଟଙ୍କା ଦେଉନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ଯାହାକୁ ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ସଫେଇ କର୍ମଚାରୀ । ଅଧିକ ପଢନ୍ତୁ...

ସଫେଇ କର୍ମଚାରୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ
ସଫେଇ କର୍ମଚାରୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ

By

Published : May 12, 2021, 12:24 PM IST

ସୁବର୍ଣ୍ଣପୁର: ସଫେଇ କର୍ମଚାରୀଙ୍କ କୋରୋନା ଇନସେଣ୍ଟିଭ ଟଙ୍କା ଦେଉନାହାନ୍ତି ମେଡିକାଲ କର୍ତ୍ତୃପକ୍ଷ । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା କୋଭିଡ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କ କୋରୋନା ଇନସେଣ୍ଟିଭ ଟଙ୍କା ଆଜି ଯାଏଁ ମିଳି ନଥିବା ଅଭିଯୋଗ ହୋଇଛି ।

ମୋଟ ୩୨ ଜଣ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରିସର ପରିବେଶକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ଦିନରାତି କାର୍ଯ୍ୟ କରନ୍ତି । ନିଜ ଜୀବନକୁ ବାଜି ଲଗାଇ ସେମାନେ ସଫେଇ କାମ କରୁଥିବା ବେଳେ ସରକାର ଘୋଷଣା କରିଥିବା ତିନି ମାସର ଇନସେଣ୍ଟିଭ ଟଙ୍କା ବର୍ଷେ ବିତିଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଦେଉନାହିଁ ।

ସଫେଇ କର୍ମଚାରୀଙ୍କ ନୀରବ ବିକ୍ଷୋଭ ପ୍ରଦର୍ଶନ

ସେପଟେ କୋରୋନା ଆର୍ଥିକ ସହାୟତା ନ ଦେଇ ଦସ୍ତଖସ୍ତ କରି ନେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ । ଏନେଇ ବାରମ୍ବାର ଲିଖିତ ଓ ମୌଖିକ ଅଭିଯୋଗ କରିଥିଲେ ବି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଏନେଇ ବାଧ୍ୟ ହୋଇ ସଫେଇ କର୍ମଚାରୀ ମାନେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ତୁରନ୍ତ ତାଙ୍କର ପ୍ରାପ୍ୟ ପ୍ରଦାନ କରା ନ ଗଲେ ଆଗକୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଧମକ ଦେଇଛନ୍ତି ସଫେଇ କର୍ମଚାରୀ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details