ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଶିଶୁ ଦିବସ ପାଳିତ - ରାମେଶ୍ବର ଷ୍ଟାଡିୟମରେ ଶିଶୁ ଦିବସ ପାଳିତ

ଜିଲ୍ଲାର ରାମେଶ୍ବର ଷ୍ଟାଡିୟମଠାରେ ଶନିବାର ଶିଶୁ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବେଚ୍ଛାସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ...

Children's day celebrated at rameshwar stadium in Subarnapur
ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଶିଶୁ ଦିବସ ପାଳିତ

By

Published : Nov 14, 2020, 1:59 PM IST

ସୁବର୍ଣ୍ଣପୁର: ସହରର ରାମେଶ୍ବର ଷ୍ଟାଡିୟମଠାରେ ଶନିବାର ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସ୍ବେଚ୍ଛାସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ଶିଶୁମାନଙ୍କୁ ଦିବସର ମହତ୍ତ୍ବ ବିଷୟରେ ବୁଝାଇବା ସହିତ ପ୍ରାତଃ ଶାରୀରିକ ବ୍ୟାୟାମରେ ବୌଦ୍ଧିକର ବିକାଶ ହୁଏ ବୋଲି କହିଛନ୍ତି ।

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଶିଶୁ ଦିବସ ପାଳିତ

ରାମେଶ୍ବର ଷ୍ଟାଡିୟମଠାରେ ପାଳିତ ହୋଇଥିବା ଶିଶୁ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ପବିତ୍ର ଜନ୍ମବାର୍ଷିକୀ ପାଳିତ ହୋଇଛି ଏବଂ ଏହି ଅବସରରେ ସହରରେ କ୍ରୀଡା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ବେଳେ ତା'ର ସଦୁପଯୋଗ କରିବା ପାଇଁ ଶିଶୁମାନଙ୍କୁ ବରିଷ୍ଠ ସ୍ବେଚ୍ଛାସେବୀ ଶ୍ରୀ ମଲ୍ଲିକ କହିଛନ୍ତି। ଜିଲ୍ଲାର ଇନଫିନିଟି ଆଥଲେଟିକ ଏକାଡେମି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମାରୋହରେ ସମାଜସେବୀ ଶ୍ରୀବତ୍ସ ମଳ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିଶୁ ଦିବସର ମହତ୍ବ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ଏହାସହିତ ପ୍ରତିଦିନ ପ୍ରାତଃ ସମୟରେ ବ୍ୟାୟାମ କରିବା ଉଚିତ, ଯଦ୍ଦ୍ବାରା ବୌଦ୍ଧିକର ବିକାଶ ହେବ ବୋଲି କହିଥିଲେ ।

ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମରେ ଶିଶୁ ଦିବସ ପାଳିତ

ମୁଖ୍ୟ ଅତିଥିଙ୍କ ସହିତ ଅନୁଷ୍ଠାନର ସଭାପତି ବି ସତ୍ୟନାରାୟଣ ରାଓ, ପୋଲିସ ଏଏସଆଇ ସୁଦାମ ସୁନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସମାରୋହରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details