ଓଡିଶା

odisha

By ETV Bharat Odisha Team

Published : Sep 8, 2023, 11:41 AM IST

ETV Bharat / state

ମହିଳାଙ୍କ ଅଶ୍ଲୀଳ ଫଟୋ ରଖି ଠକୁଥିଲା ଟଙ୍କା, ବାନ୍ଧିଲା ପୋଲିସ

ମହିଳାଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଠକ । ଅଭିଯୋଗ ପରେ ବ୍ଲାକମେଲର ଠକକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ମହିଳାଙ୍କ ଅଶ୍ଲୀଳ ଫଟୋ ରଖି ବ୍ଲାକମେଲ କରୁଥିବା ଯୁବକ ଗିରଫ
ମହିଳାଙ୍କ ଅଶ୍ଲୀଳ ଫଟୋ ରଖି ବ୍ଲାକମେଲ କରୁଥିବା ଯୁବକ ଗିରଫ

ମହିଳାଙ୍କ ଅଶ୍ଲୀଳ ଫଟୋ ରଖି ଠକୁଥିଲା ଟଙ୍କା

ସୁବର୍ଣ୍ଣପୁର:ମହିଳାଙ୍କୁ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ କରୁଥିଲା ଯୁବକ । ଫଟୋ ଭାଇରାଲ କରିବାର ଧମକ ଦେଇ ଲକ୍ଷାଧିକ ଟଙ୍କା ଠକୁଥିଲା । ଶେଷରେ ଅଭିଯୁକ୍ତ ଠକକୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ । ଅଭିଯୁକ୍ତର ନାମ ଯୋଗେନ୍ଦ୍ର ସୋନି ଏବଂ ଘର ଛତିଶଗଡର ମହାସମୁନ୍ଦ ଜିଲ୍ଲାର ବାଗମରା ଗାଁରେ ବୋଲି ଜଣାପଡିଛି । ଅଭିଯୁକ୍ତ ସୁବର୍ଣ୍ଣପୁର ସହରର ବଡବଜାରରେ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ନଗ୍ନ ଫଟୋ ରଖି ତାଙ୍କ ଠାରୁ ୩ ଲକ୍ଷ ୭୮ ହଜାର ଟଙ୍କା ଠକେଇ କରିଥିଲା । ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଠକ ଜଣକ କୌଣସି ପ୍ରକାରେ ମହିଳାଙ୍କ ନଗ୍ନ ଫଟୋ ପାଇଥିଲା । ଏହାପରେ ମହିଳାଙ୍କୁ ଫୋନ କରି ସେହି ଫଟୋ ଭାଇରାଲ କରିଦେବ ବୋଲି ଧମକ ଚମକ ଦେଇଥିଲା ଏବଂ ଏହା ବଦଳରେ ଟଙ୍କା ମାଗିଥିଲା । ଫଳରେ ମହିଳା ଜଣକ ଭୟଭୀତ ହୋଇ ଗତ ଏପ୍ରିଲ ଓ ମେ ମାସରେ ୭୬ ହଜାର ୧୦୦ ଟଙ୍କା ଫୋନ ପେ' ମାଧ୍ୟମରେ ପଠାଇଥିଲେ । ତେବେ ଟଙ୍କା ନେବା ପରେ ବି ଅଭିଯୁକ୍ତ ପୁଣିଥରେ ମହିଳାଙ୍କୁ ଧମକ ଦେଇଥିଲା । ତେଣୁ ବାଧ୍ୟ ହୋଇ ସେ ଏ ବିଷୟରେ ନିଜ ସ୍ବାମୀଙ୍କୁ ସବୁ କଥା କହିଥିଲେ । ଏହାପରେ ବ୍ୟବସାୟୀ ଜଣକ ରାଜସ୍ଥାନର ଖାଟୁ ଅଞ୍ଚଳକୁ ଯାଇ ଅଭିଯୁକ୍ତକୁ ସାକ୍ଷାତ କରି ଦୁଇ ଲକ୍ଷ ଟଙ୍କା ଦେବା ସହିତ ତା' ପାଖରେ ଥିବା ନଗ୍ନ ଫଟୋ ଆଦି ନଷ୍ଟ କରିବାକୁ ଅନୁରୋଧ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ବନ୍ଧୁକ ମୁନରେ ଲୁଟ ଘଟଣା: ଚିହ୍ନଟ ହେଲେ ଲୁଟେରା, ଖୁବଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ

କିଛି ଦିନ ବିତିବା ପରେ ଅଭିଯୁକ୍ତ ବ୍ରହ୍ମପୁର ଯାଇ ବ୍ୟବସାୟୀଙ୍କ ଠାରୁ ପୁଣି ଲକ୍ଷେ ଟଙ୍କା ନେଇଥିଲା । ଏପରି ବାରମ୍ବାର ବ୍ଲାକମେଲରେ ଅତିଷ୍ଠ ହୋଇ ଶେଷରେ ବ୍ୟବସାୟୀଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରିଥିବା ଏତଲାରେ ଉଲ୍ଲେଖ କରିଥିଲେ । ଅଭିଯୋଗ ଆଧାରରେ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଟିଟିଲାଗଡ ରେଳ ଷ୍ଟେସନ ପାଖରୁ ଠକ ଯୋଗେନ୍ଦ୍ର ସାନିକୁ ଗିରଫ କରିଥିଲା । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ବିରୋଧରେ ଭାରତୀୟ ପିଙ୍ଗଳ ଆଇନ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ ଧାରାରେ ଏକ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ପରେ ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details