ଓଡିଶା

odisha

କୋଭିଡ କଟକଣା ଭିତରେ ଛତର ଯାତ୍ରା ପାଳିତ

By

Published : Oct 24, 2020, 5:39 PM IST

ଆଜି ଦେବୀ ପୀଠରେ ମହାନବମୀ ପାଳନ କରାଯାଉଛି । ସୁବର୍ଣ୍ଣପୁରରେ ଦେବୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମରେ ଅତି ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

କୋଭିଡ କଟକଣା ଭିତରେ ଛତର ଯାତ୍ରା ପାଳିତ
କୋଭିଡ କଟକଣା ଭିତରେ ଛତର ଯାତ୍ରା ପାଳିତ

ସୁବର୍ଣ୍ଣପୁର: କୋଭିଡ କଟକଣା ଭିତରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସହରରେ ମା' ମାହେଶ୍ବରୀଙ୍କ ଛତର ଯାତ୍ରା ପାଳିତ ହୋଇଛି । ଶୁକ୍ରବାର ମହାଷ୍ଟମୀ ତିଥିରେ ଦେବୀ ମା'ଙ୍କ ସ୍ନାନ ଯାତ୍ରା ପାଳିତ ହୋଇଥିଲା ।

କୋଭିଡ କଟକଣା ଭିତରେ ଛତର ଯାତ୍ରା ପାଳିତ

ପରମ୍ପରା ଅନୁଯାୟୀ, ଦେବୀ ମହାନଦୀରେ ସ୍ନାନ କରିଥିଲେ । ତେବେ ଆଜି ଦେବୀ ପୀଠରେ ମହାନବମୀ ପାଳନ କରାଯାଉଛି । ଆଜି ସ୍ନାନ ଯାତ୍ରା ସାରି ଦେବୀ ଏକ ନିରାଡମ୍ବର ଶୋଭାଯାତ୍ରାରେ ସ୍ବ-ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମରେ ଅତି ସୀମିତ ସଂଖ୍ୟକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।

ସେବାୟତମାନେ ପାରମ୍ପରିକ ରୀତିନୀତିରେ ଦେବୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ ପାଳନ କରିଥିବାବେଳେ, ଶୋଭାଯାତ୍ରାରେ ଲୋକବାଦ୍ୟ ବ୍ୟବହାର କରାଯାଇଥିଲା । ଶ୍ରଦ୍ଧାଳୁମାନେ ନିଜ ଘର ମୁହଁରେ ଦେବୀଙ୍କୁ ଦର୍ଶନ କରିଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details