ସୁବର୍ଣ୍ଣପୁର:ମହାନଦୀ ଗର୍ଭରେ ଥିବା କୈବର୍ତ୍ତ୍ୟ ସମାଜର ଦେବୀ ମା ଲଙ୍କେଶ୍ବରୀଙ୍କ ଚୈତ୍ର ପର୍ବ ମହାସମାରୋହର ପାଳିତ ହୋଇଯାଇଛି । ଲଙ୍କେଶ୍ବରୀ ଦୋରୁହ ଭିତରେ ଥିବା ସାତ ବହନି ଓ ଦେବୀ ମା ଲଙ୍କେଶ୍ବରୀଙ୍କ ଚୈତ୍ର ପୂଜା ଆରାଧନା ପାରମ୍ପରିକ ରୀତିନୀତିରେ ସଂପନ୍ନ ହୋଇଛି । ବିଗତ ଦୁଇ ବର୍ଷ ହେଲା କୋଭିଡ ମହାମାରୀ ପାଇଁ ଏହି ପର୍ବ କେବଳ ରୀତିନୀତିରେ ସଂପନ୍ନ କରାଯାଇଥିଲା ।
କିନ୍ତୁ ଚଳିତଥର ଏହି ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ଦେବୀ ମା ଲଙ୍କେଶ୍ବରୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସହରର ମହାନଦୀର ତେନ୍ତୁୁଳି ଘାଟରୁ ଛତି ଛତ୍ର ଆଦି ଦେଶୀ ଡଙ୍ଗା ସାହାସ୍ୟରେ ଲଙ୍କେଶ୍ବରୀ ପୀଠକୁ ନିଆଯାଇଥିଲା । ତେନ୍ତୁଲିଘାଟରୁ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ଦେବୀଙ୍କ ଚୈତ୍ର ପର୍ବରେ ଆବଶ୍ୟକ ପୂଜା ସାମଗ୍ରୀ ନିଆଯାଇଥିଲା ।