ଓଡିଶା

odisha

ETV Bharat / state

କୋରୋନା କଟକଣା, ସୁବର୍ଣ୍ଣପୁରରେ ଫିକା ପଡିଲା ଗଜଲକ୍ଷ୍ମୀ ପୂଜା - celebreated laxmi puja

କୋରୋନା କଟକଣା ପାଇଁ ଚଳିତ ବର୍ଷ ସବୁ ପୂଜା ପାର୍ବଣ ଫିକା ପଡିଛି । କୋରୋନା ନିୟମ ମାନି ସୁବର୍ଣ୍ଣପୁରରେ କେବଳ ବିଧି ଅନୁସାରେ ପୂଜା ପାଇଛନ୍ତି ପଦ୍ମାଳୟା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ଫିକା ଫିକା ଗଜଲକ୍ଷ୍ମୀ ପୂଜା
ସୁବର୍ଣ୍ଣପୁରରେ ଫିକା ଫିକା ଗଜଲକ୍ଷ୍ମୀ ପୂଜା

By

Published : Nov 2, 2020, 7:12 AM IST

ସୁବର୍ଣ୍ଣପୁର: ଆସିଛି ପାର୍ବଣର ଋତୁ । ଧରାପୃଷ୍ଟରୁ ମା' ଦୁର୍ଗା ବିଦାୟ ନେବା ପରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା' ଲକ୍ଷ୍ମୀ। ଚଳିତ ବର୍ଷ କୋରୋନା ପାଇଁ ସବୁ ପୂଜା ପାର୍ବଣ ଫିକା ପଡିଥିବା ବେଳେ ଗଜଲକ୍ଷ୍ମୀ ପୂଜା ବି ଫିକା ପଡିଛି । କୋରୋନା ନିୟମକୁ ମାନି ସୁବର୍ଣ୍ଣପୁର ସହରର ଘୋଡଘାଟ ପଡାର ବ୍ୟାସ ଆଶ୍ରମ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ କେବଳ ବିଧି ଅନୁସାରେ ମା' ଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଛି ।

ସୁବର୍ଣ୍ଣପୁରରେ ଫିକା ଫିକା ଗଜଲକ୍ଷ୍ମୀ ପୂଜା

କୋରୋନା ପାଇଁ ସୁବର୍ଣ୍ଣପୁରରେ ଗଜଲକ୍ଷ୍ମୀ ପୂଜା ପାଇଁ ନା ଅଛି ଆଲୋକ ନା ଅଛି ସାଜସାଜ୍ଜା । ଫିକା ଫିକାରେ ପାଳନ ହୋଇଛି ପୂଜା । ପୂଜା ଆସିଲେ ଯେପରି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ ହେଲେ ଚଳିତ ବର୍ଷ ସେପରି କିଛି ଦେଖିବାକୁ ମିଳିନାହିଁ । ପୂଜାମଣ୍ଡପ ଗୁଡିକରେ କେବଳ ପୂଜକଙ୍କ ସହିତ ସୀମିତ କର୍ମକତ୍ତାମାନଙ୍କୁ ନେଇ ପୂଜା ପାଇଛନ୍ତି ମା'ଲକ୍ଷ୍ମୀ । ସରକାରଙ୍କ କୋରୋନା କଟକଣାକୁ ମାନି ସାଜସଜ୍ଜା ଅପେକ୍ଷା ପଦ୍ମାଳୟାଙ୍କ ପୂଜାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କାରାଯାଇଛି । ପ୍ରକାଶ ଯେ, କୋରୋନା ପାଇଁ ଢେଙ୍କାନାଳ ଜିଲ୍ଲାରେ ବହୁ ପ୍ରସିଦ୍ଧ ଗଜଲକ୍ଷ୍ମୀଙ୍କ ପୂଜା ବି ଫିକା ଫିକାରେ ପାଳିତ ହୋଇଛି । ବିନା ଆଲୋକମାଳାରେ କେବଳ ପରମ୍ପରା ପାଇଁ ପୂଜା ପାଇଛନ୍ତି ପଦ୍ମାଳୟା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଈଟିଭି ଭାରତ

ABOUT THE AUTHOR

...view details