ଓଡିଶା

odisha

କୋଭିଡ କଟକଣା ଭିତରେ ମା କନକଦୁର୍ଗାଙ୍କ ଦଶହରା ପୂଜା ପାଳନ

ସୁବର୍ଣ୍ଣପୁର ଜିଲ୍ଲା ଗଡଜାତ ଚୌହାନ ବଂଶର ଇଷ୍ଟଦେବୀ କନକ ଦୁର୍ଗାଙ୍କ ଦଶହରା ପୂଜା ପାରମ୍ପରିକ ରୀତିନୀତିରେ ପାଳନ କରାଯାଉଛି । କରୋନା ନିୟମ ପାଳନ କରାଯାଇ ମାଆଙ୍କ ଯଥା ରୀତିରେ ପୂଜା ପାଳନ ହେଉଛି । ଅଧିକ ପଢନ୍ତୁ...

By

Published : Oct 21, 2020, 8:22 PM IST

Published : Oct 21, 2020, 8:22 PM IST

ମା କନକଦୁର୍ଗାଙ୍କ ଦଶହରା ପୂଜା ପାଳନ
ମା କନକଦୁର୍ଗାଙ୍କ ଦଶହରା ପୂଜା ପାଳନ

ସୁବର୍ଣ୍ଣପୁର: ଜିଲ୍ଲା ଗଡଜାତ ଚୌହାନ ବଂଶର ଇଷ୍ଟଦେବୀ କନକ ଦୁର୍ଗାଙ୍କ ଦଶହରା ପୂଜା ପାରମ୍ପରିକ ରୀତିନୀତିରେ ପାଳନ ହେଉଛି । ଚୌହାନ ରାଜପ୍ରସାଦ ସମ୍ମୁଖରେ ଥିବା ପ୍ରାଚୀନ କନକ ଦୁର୍ଗାଙ୍କ ମନ୍ଦିର ଭାଙ୍ଗି ଯିବା ପରେ ସେହି ଯାଗାରେ ନିର୍ମାଣ ହୋଇଥିବା ମନ୍ଦିର ଓ ନବ ପ୍ରତିଷ୍ଠିତ ଦେବୀ ଦୁର୍ଗାଙ୍କ ପୂଜା ଆରାଧନା ଯଥା ବିଧି ପାଳନ କରାଯାଉଛି ।

କୋଭିଡ କଟକଣା ଯୋଗୁଁ ଏଥର ଐତିହାସିକ ବଳୀଯାତ୍ରାର କେବଳ ନୀତିକାନ୍ତି କରାଯାଉଛି । ସହରର ଦୁର୍ଗାଦେବୀ, ରାଜ ପୁରୋହିତଙ୍କ ବାସଭବନରେ ଅଧିଷ୍ଠିତ ଦେବୀ ଦୁର୍ଗା ଓ ଅଷ୍ଟ ଚଣ୍ଡୀଙ୍କ ଷୋଡଶ ଉପଚାର ପାରମ୍ପରିକ ବିଧିବିଧାନରେ କରାଯାଉଛି । ତେବେ ନବ ପ୍ରତିଷ୍ଠିତ ଦେବୀ ଦୁର୍ଗାଙ୍କ ପୂଜା ଆରାଧନା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।

କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଶ୍ରଦ୍ଧାଳୁଙ୍କ ସମାଗମକୁ ଦେବୋତ୍ତର ବିଭାଗ ପକ୍ଷରୁ ବାରଣ କରାଯାଇଛି । ଯାହାକୁ କଡ଼ାକଡ଼ି ଭାବେ ଦୁର୍ଗା ଦେବୀ ମନ୍ଦିର କମିଟି ଓ ସେବାୟତମାନେ ପାଳନ କରୁଛନ୍ତି । କମ୍ ସଂଖ୍ୟକ ଭକ୍ତଙ୍କୁ ଦେବୀ ଦର୍ଶନ କରିବା ପାଇଁ ଆସୁଥିବାବେଳେ ସାମାଜିକ ଦୂରତ୍ବ ଓ ମାସ୍କ ପରିଧାନ ଉପରେ ସଚେତନ ଥିବା ଦେଖିବାକୁ ମିଳୁଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details