ସୋନପୁର:ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ ପାଲଟିଛି ଶଗଡା ମନମୁଣ୍ଡାରୁସୁବର୍ଣ୍ଣପୁର ସହର । ସହର ଦେଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ମାଫିଆ । କଣ୍ଟାମାଲ ଓ ବୌଦ୍ଧ ସଦର ବ୍ଳକର ଅଭ୍ୟନ୍ତରୀଣ ଅଞ୍ଚଳରୁ ମନମୁଣ୍ଡା ସୁବର୍ଣ୍ଣପୁର ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଛି । ସୋମବାର ଅପରାହ୍ନରେ ଜିଲ୍ଲା ଅବକାରୀ ବିଭାଗ ଏକ କ୍ବିଇଣ୍ଟାଲ ଗଞ୍ଜେଇ ଜବତ ସହ ତିନିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
ସୁବର୍ଣ୍ଣପୁରରେ ବଢିଚାଲିଛି ଗଞ୍ଜେଇ କାରବାର, ପୋଲିସର କାର୍ଯ୍ୟକାରିତା ଉପରେ ଉଠିଲା ପ୍ରଶ୍ନ - ଗଞ୍ଜେଇ ଚୋରା ଚାଲାଣ
ସୋନପୁର ସହର ଦେଇ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି ମାଫିଆ । ସୋନପୁର ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନ କଲେ ଆଇନଜୀବୀ । ଅଧିକ ପଢନ୍ତୁ
ସୋନପୁରରେ ବଢିଚାଲିଛି ଗଞ୍ଜେଇ କାରବାର, ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନ କଲେ ଆଇନଜୀବୀ
ସୋନପୁରରେ ବଢିଚାଲିଛି ଗଞ୍ଜେଇ କାରବାର, ପୋଲିସର କାର୍ଯ୍ୟକାରିତା ନେଇ ପ୍ରଶ୍ନ କଲେ ଆଇନଜୀବୀ
ଦିନକୁ ଦିନ ଗଞ୍ଜେଇ କାରବାର ଜିଲ୍ଲାରେ ବୃଦ୍ଧି ହେଉଥିବାବେଳେ, କେଉଁ ପରିସ୍ଥିତିରେ ଗଞ୍ଜେଇ ଚୋରା ଚାଲାଣକାରୀ ଜିଲ୍ଲା ପୋଲିସ ହାତରୁ ଖସିଯାଇ ଏହି କାରବାର କରୁଛନ୍ତି ତାହା ଏକ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ବଳଦେବ ବେଦବାଗ । ତେବେ STF ଆସିଲେ ଜିଲ୍ଲାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ଗଞ୍ଜେଇ ଜବତ ହେଉଛି ।
କିନ୍ତୁ ସୁବର୍ଣ୍ଣପୁର ପୋଲିସ ବହୁତ କମ ସଂଖ୍ୟକ ଗଞ୍ଜେଇ ଜବତ କରୁଛି କାହିଁକି, ଏନେଇ ଆଖି ଦୃଷ୍ଟିଆ ପଦକ୍ଷପ ନେଉନଥିବା ଅଭିଯୋଗ କରିଛନ୍ତି ଆଇନଜୀବୀ । ତେବେ ପୋଲିସର ଜାଣତରେ ଗଞ୍ଜେଇ ଚୋରାଚାଲାଣ ହେଉଥି ନାହିଁତ, ଏପରି ପ୍ରଶ୍ନ କରି ତଦନ୍ତ ପାଇଁ ଦାବି କରିଛନ୍ତି ଆଇନଜୀବୀ ।