ସୁବର୍ଣ୍ଣପୁର:ଜିଲ୍ଲାର ବିରମହାରାଜପୁର ବ୍ଲକର କର୍ମଚାରୀମାନେ ଜିଆରଏସଙ୍କୁ ମାଡ଼ ମାରିବା ଘଟଣା ପ୍ରତିବାଦରେ ସୋମବାର କଲମଛାଡ ଆନ୍ଦୋଳନ କରିଛନ୍ତି । ଅଭିଯୁକ୍ତକୁ ଗିରଫ ନ କରାଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜିଆରଏସ ସଂଘ ପକ୍ଷରୁ ସୂଚନା ମିଳିଛି ।
ଉଫୁଲା ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ ସାହୁ ଦାଦାଗିରି କରିବା ସହିତ ଗ୍ରାମ ପଞ୍ଚାୟତର ଜିଆରଏସଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଗତ ଜାନୁଆରୀ 25 ଗୁରୁବାର ଦିନ ସରପଞ୍ଚଙ୍କ ସ୍ବାମୀ ପ୍ରିୟବ୍ରତ କାନପୁର ଛକରେ ମାଡ ମାରିଥିବା ଜିଆରଏସ ନାରାୟଣ ମଲ୍ଲିକ ବିରମହରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।