ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ପକ୍ଷରୁ ଆଜି(ଶନିବାର) ଚକା ଜାମ ଆନ୍ଦୋଳନ କରାଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଚକା ବନ୍ଦ ଆନ୍ଦୋଳନରେ ସାମିଲ ହୋଇ ସଦର ମହକୁମାର ସବୁ ପ୍ରବେଶ ପଥକୁ ଅବରୋଧ କରିଛନ୍ତି। ଚାଷୀଙ୍କ ପାଖରୁ ଧାନ ସଂଗ୍ରହରେ କ୍ବିଣ୍ଟାଲ ପିଛା 3 କେଜିରୁ 5 କେଜି ଯାଏଁ କଟନୀ କରାଯାଉଥିବା ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣପୁରରେ ବିଜେପିର ଚକା ଜାମ୍ - ସୁବର୍ଣ୍ଣପୁର
ଜିଲ୍ଲା ବିଜେପି ପକ୍ଷରୁ ଆଜି(ଶନିବାର) ଚକା ଜାମ ଆନ୍ଦୋଳନ କରାଯାଇଛି। ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏହି ଚକା ବନ୍ଦ ଆନ୍ଦୋଳନରେ ସାମିଲ ହୋଇ ସଦର ମହକୁମାର ସବୁ ପ୍ରବେଶ ପଥକୁ ଅବରୋଧ କରିଛନ୍ତି। ଅଧିକ ପଢନ୍ତୁ...

ସୁବର୍ଣ୍ଣପୁରରେ ବିଜେପିର ଚକା ଜାମ୍
ସୁବର୍ଣ୍ଣପୁରରେ ବିଜେପିର ଚକା ଜାମ୍
ଏହାର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଚାଷୀ ଶୋଷଣରୁ ପ୍ରଶାସନ, ମିଲର୍ସ ନିବୃତ୍ତ ରହିବାକୁ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛନ୍ତି। ଚକା ଜାମ ଆନ୍ଦୋଳନ ଯୋଗୁଁ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନ 3 ଘଣ୍ଟା ପାଇଁ କରାଯାଇଥିବା ବିଜେପି ସୂଚନା ଦେଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ