ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ବିରୋଧରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ସୁବର୍ଣ୍ଣପୁର ଜିଲ୍ଲା ମହିଳା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Oct 27, 2021, 5:07 PM IST

ରାଜ୍ୟ ସରକାରଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା
ରାଜ୍ୟ ସରକାରଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ସୁବର୍ଣ୍ଣପୁର: ଜିଲ୍ଲାର ମହିଳା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଧାରଣା ଦିଆଯାଇଛି । ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଶତାଧିକ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ରାଜ୍ୟ ସରକାରଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ଅପରାଧୀକ କାର୍ଯ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ସମ୍ପୃକ୍ତ ହେଉଥିବା ଅଭିଯୋଗ କରି ଏହି ଆନ୍ଦୋଳନ କରାଯାଇଥିଲା । ଭବାନୀପାଟଣା ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାର ଦୃଢ ପ୍ରତିବାଦ କରିବା ସହିତ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାରଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ବିଦ୍ୟାଳୟର ପରିଚାଳକ ଗୋବିନ୍ଦ ସାହୁ ଏହି ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଆସାମୀ ହୋଇଥିବାବେଳେ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଭିଯୁକ୍ତକୁ ସୁରକ୍ଷା ଯୋଗାଇ ଦେବାରେ ନିଜ କ୍ଷମତା ଅପବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଏପରିକି ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କେଉଁ ଉଦ୍ଦେଶ୍ୟରେ ସନସାଇନ ପବ୍ଳିକ ସ୍କୁଲରେ ରାତ୍ରୀ ଯାପନ କରୁଥିଲେ ଓ ଗୋବିନ୍ଦ ସାହୁଙ୍କ ସହିତ ତାଙ୍କର ଘନିଷ୍ଠତା ଏହି ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତିକୁ ପଦାରେ ପକାଇଥିବା ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାରଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଧାରଣା

ସେହିପରି ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାକୁ ଦାବି କରିବା ସହିତ ସମ୍ପୃକ୍ତ ବିଜେଡି ମନ୍ତ୍ରୀମାନେ ନିଜ ନିଜ ପଦ ପଦବୀରୁ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details