ଓଡିଶା

odisha

ETV Bharat / state

ଅବ୍ୟବସ୍ଥା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଆନ୍ଦୋଳନର ଚେତାବନୀ ଦେଲା BJP

ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ଜରୁରୀ ଚିକିତ୍ସା ଉପକରଣ । ସ୍ଥିତିରେ ସୁଧାର ନଆସିଲେ ଆନ୍ଦୋଳନ ଚେତାବନୀ ଦେଲା ବିଜେପି । ଅଧିକ ପଢନ୍ତୁ....

ଅବ୍ୟବସ୍ଥା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ ଦେଲା BJP
ଅବ୍ୟବସ୍ଥା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ ଦେଲା BJP

By

Published : Aug 10, 2021, 6:53 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ପ୍ରାୟ 30ରୁ ଅଧିକ ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ICU ଅବା ଭେଣ୍ଟିଲେଟର ପରି ଅତ୍ୟାବଶକୀୟ ଜରୁରୀ ଚିକିତ୍ସା ବ୍ୟବସ୍ଥା । ସମସ୍ୟା କେବଳ ସେତିକିରେ ସୀମିତ ନୁହେଁ, ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ମଧ୍ୟ ରହିଛି । ଫଳରେ ସ୍ବାସ୍ଥ୍ୟସେବା ପରି ମୌଳିକ ତଥା ଜରୁରୀ ସେବାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲାବାସୀ । ତେଣୁ ସରକାର ଏଦିଗରେ ଦୃଷ୍ଟି ଦେବା ସହ ସମାଧାନ ପାଇଁ ଚେଷ୍ଟା କରିବା ପାଇଁ ଦାବି କରିଛି ବିଜେପି । ଜିଲ୍ଲା ବିଜେପିର ବରିଷ୍ଠ ନେତା ବଳଦେବ ଦେବବାଗ ଏନେଇ ଦାବି କରିଛନ୍ତି ।

ଅବ୍ୟବସ୍ଥା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ ଦେଲା BJP

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ଫଳରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଳୟକୁ ପହଞ୍ଚୁଥିବା ରୋଗୀମାନେ ବଲାଙ୍ଗୀର ଅବା ବୁର୍ଲା ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ମହାମାରୀ କୋରୋନା ସମୟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅସ୍ଥାୟୀ କୋଭିଡ ଚିକିତ୍ସାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।ହେଲେ ସେଠାରେ ବି ICU ଅବା ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇ ପାରି ନ ଥିଲା। ତେବେ ବିଭିନ୍ନ ରାଜନୈତିକ ଦଳ ଓ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଅନେକ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ବୟଂ ସମ୍ପୂର୍ଣ୍ଣ ଚିକିତ୍ସାଳୟରେ ପରିଣତ କରିବା ସହ ସଙ୍କଟାପନ୍ନ ଅବସ୍ଥାରେ ଆସୁଥିବା ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ,ଆଇସିୟୁ ଓ ଭେଣ୍ଟିଲେଟର ପାଇଁ ବ୍ୟବସ୍ଥା କରିବା ସହ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦଵୀ ପୂରଣ ତଥା ଭିତ୍ତିଭୂମିର ବିକାଶ ଦିଗରେ ଧ୍ୟାନ ଦେବା ପାଇଁ ଅନେକ ବାର ଦାବି ଆପତ୍ତି କରାଯାଉଥିଲେ ବି କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି।

ପାଖ ପଡୋଶୀ ଜିଲ୍ଲାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା, ଆଧୁନିକ ଚିକିତ୍ସା ଉପକରଣ କାର୍ଯ୍ୟକ୍ଷମ ହୋଇ ସାରିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏପରି ଅବହେଳିତ ଅବସ୍ଥା ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ମୁଖ୍ୟ ଚିକିତ୍ସାଳୟରେ ICUଓ ଭେଣ୍ଟିଲେଟର ବ୍ୟବସ୍ଥା ସହ ଭିତ୍ତିଭୂମିର ବିକାଶ ଦିଗରେ ପଦକ୍ଷେପ ନ ନେଲେ BJP ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳର ବରିଷ୍ଠ ନେତା ବଳଦେବ ବେଦବାକ ଚେତାବନୀ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details