ଓଡିଶା

odisha

ETV Bharat / state

ମଣ୍ଡିରୁ ଉଠୁନି ଧାନ, ବିଜେପିର ଆନ୍ଦୋଳନ ଧମକ - paddy procurement in subarnapur

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଭିମଟିକିରା ଧାନ ମଣ୍ଡିରୁ ଧାନ ଉଠି ପାରୁନାହିଁ । ଗାଁର ମାଁ ବିରଜା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହି ଗାଁରେ ରବି ଋତୁ ଧାନ ସଂଗ୍ରହ କରୁଥିବା ବେଳେ ଧାନ ଉଠି ପାରୁ ନଥିବାରୁ ଚାଷୀମାନେ ବେଶ ହଇରାଣ ହେଉଛନ୍ତି । ଅଧିକ ପଢନ୍ତୁ...

ମଣ୍ଡିରୁ ଉଠୁନି ଧାନ, ବିଜେପିର ଆନ୍ଦୋଳନ ଧମକ
ମଣ୍ଡିରୁ ଉଠୁନି ଧାନ, ବିଜେପିର ଆନ୍ଦୋଳନ ଧମକ

By

Published : Jun 20, 2021, 4:29 PM IST

ସୁବର୍ଣ୍ଣପୁର: ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଭିମଟିକିରା ଧାନ ମଣ୍ଡିରୁ ଧାନ ଉଠି ପାରୁନାହିଁ । ଗାଁର ମାଁ ବିରଜା ମହିଳା ସ୍ବୟଂ ସହାୟକ ଗୋଷ୍ଠି ଏହି ଗାଁରେ ରବି ଋତୁ ଧାନ ସଂଗ୍ରହ କରୁଥିବା ବେଳେ ଧାନ ଉଠି ପାରୁ ନଥିବାରୁ ଚାଷୀମାନେ ବେଶ ହଇରାଣ ହେଉଛନ୍ତି ।ଜିଲ୍ଲାରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଚାଷୀ ଆଗାମୀ ଖରିଫ ଋତୁ ଚାଷ କାର୍ଯ୍ୟ ଆରମ୍ଭ କରିଛି । ହେଲେ ଗତ ରବି ଋତୁରେ ଉତ୍ପାଦିତ ଧାନ ବିକ୍ରୀ କରିପାରୁ ନାହିଁ । ଖୋଲା ଆକାଶ ତଳେ ହଜାର ହଜାର କୁଇଣ୍ଟାଲ ଧାନ ଗଦା ହୋଇଛି ।

ମଣ୍ଡିରୁ ଉଠୁନି ଧାନ, ବିଜେପିର ଆନ୍ଦୋଳନ ଧମକ

ଚାଷୀ ବାଧ୍ୟ ହୋଇ ତାରପୋଲିନ ଢାଙ୍କି ନିଜ ଉତ୍ପାଦିତ ଶସ୍ୟ ବିକ୍ରୀ ନହେବା ଯାଏଁ ସୁରକ୍ଷା ଦେବାରେ ଲାଗିଛି । ରାସ୍ତା କଡ଼ରେ ଧାନ ପଡ଼ି ପଡ଼ି ଗଜା ହୋଇଗଲାଣି ତ ବତୁରି ଯାଇଥିବା ଧାନ ରାସ୍ତା ଉପରେ ତାରପୋଲିନ ଆଦି ଦେଇ ଶୁଖାଇବାରେ ଲାଗିଛି ଚାଷୀ ।ତେବେ ଗତ ରବି ଋତୁ ଧାନ କ୍ରୟ ଆରମ୍ଭରୁ ଏହି ଅଚଳାବସ୍ଥା ଲାଗି ରହିଛି । କେତେବେଳେ ଟୋକନ ସମସ୍ୟା ତ କେତେବେଳେ ଧାନ ନଉଠିବା ଆଦି ସମସ୍ୟା ଚାଷୀର ଦେହସୁହା ହେଲାଣି । ମହିଳା ସ୍ବୟଂ ସହାୟକ ଗୋଷ୍ଠିକୁ ହାତେଇ ମିଲର୍ସ ମାନେ ବେଆଇନ ଧାନ ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି ।

କଟନି ଛଟନୀ କରି ଚାଷୀର ଧାନ କ୍ରୟ କରାଯାଉଥିବା ବେଳେ ମିଲର୍ସ ମାନଙ୍କ ଗାଡି ଆସି ବେପାରୀଙ୍କ ଧାନ ଉଠାଉଥିବା ଅଭିଯୋଗ ହେଉଛି । ବାରମ୍ବାର ଦାବୀ ଆପତ୍ତି ଓ ଆନ୍ଦୋଳନ ପରେ ସମସ୍ୟା ସମାଧାନ କରାଯାଇ ପାରୁ ନଥିବା ବିଜେପି ଅଭିଯୋଗ କରିଛି ।ତୁରନ୍ତ ମଣ୍ଡି ଗୁଡିକରେ ପଡି ରହିଥିବା ହଜାର ହଜାର କୁଇଣ୍ଟାଲ ଧାନ ଉଠା ନଗଲେ ବିଜେପି ପକ୍ଷରୁ ଦୁର୍ବାର ଆନ୍ଦୋଳନ ହେବ ବୋଲି ବିଜେପି ନେତା ପ୍ରଶାସନକୁ ଧମକ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details