ସୁବର୍ଣ୍ଣପୁର: ଜିଲ୍ଲା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ଗାୟତ୍ରୀ ପାଣିଗ୍ରାହୀ ବିଜେଡି ଗୁଣ୍ଡାରାଜ କରୁଛି ବୋଲି ଅଭିଯୋଗ କରିବା ସହିତ ଦୃଢ ନିନ୍ଦା କରିଛନ୍ତି । ଗତକାଲି(ଗୁରୁବାର) ଜିଲ୍ଲା ସଦର ମହକୁମାରେ ବିଜେଡି ଓ ବିଜେପି ଭିତରେ ହୋଇଥିବା ମାରପିଟ ଉପରେ ପ୍ରଶ୍ନ କରି ବିଜେଡି ଦାଦାଗିରି ଓ ବେଆଇନ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଛନ୍ତି ।
ଗତକାଲି ବିଜେଡି ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ସାଧାରଣ ସଭା ଓ ସ୍ମାର୍ଟ କାର୍ଡ ବଣ୍ଟନ ସମାରୋହ ଚାଲିଥିଲା । କିଛି ବିଜେପି କାର୍ଯ୍ୟକର୍ତ୍ତା ବିଜେଡିର ଏହି ଯୋଜନାର ପ୍ରତିବାଦ କରିବା ସହିତ ନାରାବାଜି କରିଥିଲେ ।