ସୁବର୍ଣ୍ଣପୁର: ଜିଲ୍ଲା ବଜେପି ପକ୍ଷରୁ ନାଗରିକ ସଂଶୋଧନ ବିଲ ବା କା ସମର୍ଥନରେ ଏକ ଜନ ଜାଗରଣ ଯାତ୍ରା ଓ ସାଧାରଣ ସଭା ଆୟୋଜିତ ହୋଇଯାଇଛି। ଜିଲ୍ଲା ବଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ସହରର ଟାଉନ ହଲଠାରୁ ବାହାରି ସହର ପରିକ୍ରମା କରିବା ପରେ ସଭାସ୍ଥଳକୁ ପହଞ୍ଚିଥିଲା।
ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାରାଣୀ ପଣ୍ଡା , ରୁଦ୍ର ନାରାୟଣ ପାଣି ପ୍ରମୁଖ ଯୋଗଦେଇ ଏହି ବିଲ ସମର୍ଥନରେ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।