ଓଡିଶା

odisha

ETV Bharat / state

ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗ, ବିଜେପିର ବିକ୍ଷୋଭ - ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି

ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନରେ ମେଧାବୀ ଯୁବକ ଯୁବତୀଙ୍କୁ ଚୟନ କରିବା ପରିବର୍ତ୍ତେ ବ୍ୟାପକ ଟଙ୍କା କାରବାର କରି ଦକ୍ଷତାବିହୀନ ଯୁବକ ଯୁବତୀମାନଙ୍କୁ ଚୟନ କରାଯାଉଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି। ଅଧିକ ପଢନ୍ତୁ...

ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗ, ବିଜେପିର ବିକ୍ଷୋଭ
ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ଅଭିଯୋଗ, ବିଜେପିର ବିକ୍ଷୋଭ

By

Published : Aug 3, 2021, 2:46 PM IST

ସୁବର୍ଣ୍ଣପୁର: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ରାଜ୍ୟ ଷ୍ଟାଫ ସିଲେକ୍ସନ କମିଶନରେ ମେଧାବୀ ଯୁବକ ଯୁବତୀଙ୍କୁ ଚୟନ କରିବା ପରିବର୍ତ୍ତେ ବ୍ୟାପକ ଟଙ୍କା କାରବାର କରି ଦକ୍ଷତାବିହୀନ ଯୁବକ ଯୁବତୀମାନଙ୍କୁ ଚୟନ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଆଜି(ମଙ୍ଗଳବାର) ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ତଥା ବୀରମହାରାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ସନ୍ତୋଷ ଭୋଇଙ୍କ ନେତୃତ୍ବରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସହରରେ ଜନସାଧାରଣଙ୍କ ଭିତରେ ଜନଜାଗରଣ ସୃଷ୍ଟି କରିଛନ୍ତି ।

ଏହି ଆନ୍ଦୋଳନରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଇରାଶିଶ ଆଚାର୍ଯ୍ୟ , ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଯୋଗଦେଇ ରାଜ୍ୟ ସରକାର ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନିତିରେ ବୁଡି ରହିଥିବା ଅଭିଯୋଗ କରିଛନ୍ତି । ତେବେ ସ୍ବଚ୍ଛ ଓ ନିର୍ମଳ ନିଯୁକ୍ତି ପ୍ରକ୍ରିୟା ନ ହେବା ଯାଏଁ ଏହି ଆନ୍ଦୋଳନକୁ ଚାଲୁ ରଖିବା ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ।

ଯୁବକ ଯୁବତୀମାନଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ ରାଜ୍ୟ ସରକାରଙ୍କ ଦୁର୍ନିତୀକୁ ପଦାରେ ପକାଇବା ଓ ଜନ ଜାଗରଣ ସୃଷ୍ଟି କରିବା ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନଙ୍କୁ ଗାଁରୁ ସହର ପର୍ଯ୍ୟନ୍ତ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ବିଜେପିର ବରିଷ୍ଠ ନେତାମାନେ ଅନୁରୋଧ କରିଛନ୍ତି । ଏହି ବିକ୍ଷୋଭରେ ପ୍ରତିବାଦ ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details