ଓଡିଶା

odisha

ETV Bharat / state

ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ - ବିରମହରାଜପୁର ବିଜେପି ବିକ୍ଷୋଭ

ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର କରିବା, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ତଥା ଲୋ-ଭୋଲଟେଜ ସମସ୍ୟା ଦୂର କରିବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ବୀରମହାରାଜପୁର ମଣ୍ଡଳ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଅଧିକ ପଢନ୍ତୁ...

ବିରମହରାଜପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ
ବିରମହରାଜପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

By

Published : Jul 17, 2021, 10:59 PM IST

ସୁବର୍ଣ୍ଣପୁର: ଜିଲ୍ଲା ବିଜେପି ବୀରମହାରାଜପୁର ମଣ୍ଡଳ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି । ବର୍ଦ୍ଧିତ ବିଦ୍ୟୁତ ବିଲ ପ୍ରତ୍ୟାହାର, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା ତଥା ଲୋ-ଭୋଲଟେଜ ସମସ୍ୟା ଦୂର କରିବା ଦାବିରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ଏହି ଆନ୍ଦୋଳନ କରିଛନ୍ତି ।

ବିରମହରାଜପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ସରକାର ବିଦ୍ୟୁତ ଦର ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ବେଳେ ବିଦ୍ୟୁତ ବିଭାଗ ଉପଭୋକ୍ତା ମାନଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଛି । ଏବେ କୁଟୀର ଶିଳ୍ପରୁ ଆରମ୍ଭ କରି କୃଷି ଓ ଘରୋଇ ବ୍ୟବହାର ପାଇଁ ବିଦ୍ୟୁତ ନିଅଣ୍ଟ ହେଉଛି । ବିଦ୍ୟୁତ ସମସ୍ୟା ଯୋଗୁଁ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇପାରୁ ନଥିବା ଅଭିଯୋଗ ହେଉଛି । ଏହି ମହଙ୍ଗା ବେଳାରେ ବିଦ୍ୟୁତ ଦର ୟୁନିଟ ପିଛା 30 ପଇସା ବୃଦ୍ଧି ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତା ବିଡା ହୋଇଛି ।

ତେବେ ସରକାର ଓ ସ୍ଥାନୀୟ ବିଦ୍ୟୁତ ବିଭାଗ ଉପଭୋକ୍ତାଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ 19 ତାରିଖରେ ଜିଲ୍ଲାର ସମସ୍ତ ବିଦ୍ୟୁତ ବିଭାଗ ଘେରାଉ କରିବା ସହିତ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details