ସୁବର୍ଣ୍ଣପୁର:ସହରର ପଞ୍ଚରଥ ମନ୍ଦିରରୁ ବଡ ବଜାର ଯାଏଁ ନବନିର୍ମିତ ରାସ୍ତାର ହେବ ବିଭାଗୀୟ ତଦନ୍ତ । ରାସ୍ତାର ମରାମତି କାର୍ଯ୍ୟ ତୁରନ୍ତ ଶେଷ କରିବା ସହିତ ଏହି ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜିଲ୍ଲା ବିଜେପି ଏହି ରାସ୍ତାର ଭିଜିଲାନ୍ସ ତଦନ୍ତ ଦାବି କରିଛି । ମାସେ ତଳେ ତିଆରି ହୋଇଥିବା ଏହି ରାସ୍ତାରେ ଅବସ୍ଥା ଶୋଚନୀୟ ହୋଇ ପଡିଥିଲା। ସହରର ମୁଖ୍ୟ ଛକ ବିଜୁ ପଟ୍ଟନାୟକ ଛକରୁ ଗଙ୍ଗାଧର ମେହେର ଛକ ପର୍ଯ୍ୟନ୍ତ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଂକ୍ରିଟ୍ ରାସ୍ତା ଓ ଡ୍ରେନ୍ ନିର୍ମାଣ କରାଯାଇଥିଲା ।
ହେଲେ ମାସେ ନ ପୁରୁଣୁ ରାସ୍ତାର ବିଭିନ୍ନ ଯାଗାରେ ଗେଟି ଉଠି ଗଲା। ଠିକାଦାର ଓ ପୌର ପରିଷଦ ଯନ୍ତ୍ରୀଙ୍କ ସଲାସୁତୁରାରେ ବିକାଶ ମୂଳକ କାର୍ଯ୍ୟରେ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା । ଅନେକ ଯାଗାରେ ଖାଲଖମା ସୃଷ୍ଟି ହେବା ସହିତ ରାସ୍ତାଟି ପୂର୍ବ ଅବସ୍ଥାକୁ ଫେରି ଆସିଛି। ସହରର ଜନଗହଳିପୂର୍ଣ୍ଣ ରାସ୍ତାଟିକୁ ପୁନଃ ନିର୍ମାଣ କରିବାକୁ ଦାବି ହୋଇଥିଲା ।