ସୁବର୍ଣ୍ଣପୁର:ମହିଳା ବିଜେଡି ସମ୍ପାଦିକା ସ୍ବର୍ଣ୍ଣଲତା ନାୟକଙ୍କ ବିରୋଧରେ ଏତଲା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ନେଇ ଗୁରୁବାର ସ୍ବର୍ଣ୍ଣଲତାଙ୍କ ନାଁରେ ଏତଲା ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ବିଜେପି । ବିଜେପି ନେତା ବଳଦେବ ବେଦବାଗଙ୍କ ନେତୃତ୍ବରେ ଦଳୀୟ କାର୍ଯ୍ୟକର୍ତ୍ତା ବିଜୁ ମହିଳା ଦଳ ସମ୍ପାଦିକା ସ୍ବର୍ଣ୍ଣଲତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପ୍ରଧାନମନ୍ତ୍ରୀ ମରିଗଲେ ବି ଦୁଃଖ କରିବାର ନାହିଁ । ତାଙ୍କ ସ୍ଥାନରେ ଆଉ କେହି ଜଣେ ଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବେ । 700ରୁ ଅଧିକ କୃଷକଙ୍କ ମୃତ୍ୟୁ ପାଇଁ ମୋଦିଙ୍କୁ ଦାୟୀ କରି ଫେସବୁକରେ ଏଭଳି ବିବଦୀୟ ପୋଷ୍ଟ କରିଥିଲେ ସ୍ବର୍ଣ୍ଣଲତା ନାୟକ । ବିଜେଡି ନେତ୍ରୀଙ୍କ ଏଭଳି କଟୁ ମନ୍ତବ୍ୟ ପରେ ଏହାକୁ ନେଇ ତାତିଥିଲା ବିଜେପି । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏପରି ବିବାଦୀୟ ଓ ଘୃଣ୍ୟ ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ବିଜେପି କହିଛି ।