ସୁବର୍ଣ୍ଣପୁର:ଜିଲ୍ଲାରେ ପୁଣି ତେଜିଲା ସୁରୁବାଲି ଯୋର ଜଳସେଚନ ପ୍ରକଳ୍ପ ନିର୍ମାଣ । ବୀରମହାରାଜପୁର ଉପଖଣ୍ଡର ସୁରୁବାଲି ଯୋର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ପୁଣି ଦାବି କରିଛି BJP । ଖରିଫ ଋତୁରେ ମଧ୍ୟ ଚାଷ ଜମି ମରୁଡିର ସମ୍ମୁଖୀନ ହେଉଛନ୍ତି । ସୁବଳୟା, ପିତାମହୁଲ, କମିରା ଓ ଜଟେସିଂହା ପଞ୍ଚାୟତର ଚାଷୀମାନେ ବାରମ୍ବାର ଏହି ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇପାରୁ ନାହିଁ ।
ସୂଚନା ଅନୁସାରେ, ଅଣଜଳସେଚିତ ଏହି ଅଞ୍ଚଳରେ ଚାଷୀମାନେ ବର୍ଷ ତମାମ ଗୋଟିଏ ଫସଲ ଠିକ୍ ଭାବେ ଉତ୍ପାଦନ କରି ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅନେକ ନେତା, ମନ୍ତ୍ରୀ ଏହି ପ୍ରକଳ୍ପ ନିର୍ମାଣ ପାଇଁ ବାରମ୍ବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି । ମାତ୍ର ପ୍ରକଳ୍ପ ନିର୍ମାଣ କରାଯାଉ ନ ଥିବାରୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି ।