ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାରେ ଶୀତଳ ଭଣ୍ଡାର(Cold Storage) ପ୍ରତିଷ୍ଠା ପାଇଁ ଦାବି ଦୋହରାଇଲା BJP । ପ୍ରଚଣ୍ଡ ଖରାରେ ଉଭୟ ଚାଷୀ ଓ ବ୍ୟବସାୟୀ କ୍ଷତି ସହୁଛନ୍ତି । ପନିପରିବା ସଂରକ୍ଷିତ କରି ରଖାଯାଇ ପାରୁନଥିବାରୁ ଚାଷୀ ଓ ବ୍ୟବସାୟୀ ଉଭୟେ ଅତି କମ ମୂଲ୍ୟରେ ପନିପରିବା ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ଜିଲ୍ଲାରେ ଧାନକୁ ବାଦ୍ ଦେଲେ ଅଣଧାନ ଫସଲ ଯଥା ତୈଳବୀଜ ଓ ଡାଲି ଜାତୀୟ ଚାଷ ମଧ୍ୟ ହୋଇଥାଏ । ସେହିପରି ଉଲୁଣ୍ଡା, ବୀରମହାରାଜପୁର, ତରଭା ଓ ସଦର ସୋନପୁରର ଚାଷୀମାନେ ବ୍ୟାପକ ପରିମାଣରେ ପନିପରିବା ଉତ୍ପାଦନ କରିଥାନ୍ତି ।
ମାତ୍ର ଶୀତଳ ଭଣ୍ଡାର ଅଭାବରୁ ଚାଷୀ ନିଜର ଉତ୍ପାଦିତ ଦ୍ରବ୍ୟ କିଛି ଦିନ ପାଇଁ ମଧ୍ୟ ନିଜ ପାଖରେ ରଖି ପାରୁନାହାଁନ୍ତି । ଫଳରେ ବେପାରୀ ଯେଉଁ ଦାମରେ କିଣିବାକୁ ଚାହୁଁଛନ୍ତି ସେହି ଦାମରେ ହିଁ ବିକ୍ରି କରି କ୍ଷତି ସହିବାକୁ ପଡୁଛି । ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପାଖରେ ଜିଲ୍ଲାବାସୀ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ ।