ଓଡିଶା

odisha

ETV Bharat / state

ବିଜେପିର ଅଭିଯୋଗ, ଟୀକାକରଣରେ ରାଜନୀତି କରୁଛି ବିଜେଡି - vaccination in subarnapur

ସୁବର୍ଣ୍ଣପୁର ସହରରେ ଯୁବବର୍ଗଙ୍କ ପାଇଁ ଆରମ୍ଭ ହେଲା ଟୀକାକରଣ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା ପ୍ରସଙ୍ଗରେ ଜିଲ୍ଲା ବିଜେପି କହିଲା ଶସ୍ତା ଲୋକପ୍ରିୟତା ପାଇଁ ରାଜନୀତି କରୁଛି ବିଜେଡି । ଅଧିକ ପଢନ୍ତୁ....

ବିଜେପିର ଅଭିଯୋଗ, ଟୀକାକରଣରେ ରାଜନୀତି କରୁଛି ବିଜେଡି
ବିଜେପିର ଅଭିଯୋଗ, ଟୀକାକରଣରେ ରାଜନୀତି କରୁବିଜେପିର ଅଭିଯୋଗ, ଟୀକାକରଣରେ ରାଜନୀତି କରୁଛି ବିଜେଡିଛି ବିଜେଡି

By

Published : Jun 22, 2021, 9:22 AM IST

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଯୁବବର୍ଗଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇଛି । ପ୍ରଶାସନିକ ଅନୁମତି ମିଳିବା ପରେ ସହରର 7ଟି କେନ୍ଦ୍ରରେ ଟୀକାକରଣ ଦୃତଗତିରେ ଚାଲିଛି । ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୃତୀୟ ପର୍ଯ୍ୟାୟରେ ଯୁବବର୍ଗଙ୍କୁ ଟୀକାକରଣରେ ସାମିଲ କରାଯାଉଛି। ସହରରେ ଦୈନିକ 1000 ଲେଖାଏଁ ଟିକା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ସଦର ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । ଯୁବବର୍ଗ କୋ-ୱିନ ଆପରେ ପଞ୍ଜୀକରଣ କରି ସ୍ଲଟ ବୁକିଂ ମାଧ୍ୟମରେ ଟିକା ନେଉଛନ୍ତି ।

ବିଜେପିର ଅଭିଯୋଗ, ଟୀକାକରଣରେ ରାଜନୀତି କରୁଛି ବିଜେଡି

ସୁବର୍ଣ୍ଣପୁର ସହରର 7ଟି କେନ୍ଦ୍ରରେ 18 ବର୍ଷରୁ 44 ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଟିକା ପ୍ରଦାନ କରାଯାଉଥିବାବେଳେ ସାମାଜିକ ଦୂରତ୍ବ ରକ୍ଷା ଉପରେ ବେଶ ଗୁରୁତ୍ବ ଦିଆଯାଇଛି । ରେଜିଷ୍ଟ୍ରେସନ କରି ନଥିଲେ ଟୀକାକରଣ କେନ୍ଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଏଥିପାଇଁ ସହରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ 2ଟି କେନ୍ଦ୍ର ,ସୋନପୁର ମହାବିଦ୍ୟାଳୟରେ 2ଟି କେନ୍ଦ୍ର ,ସଂସ୍କୃତି ଭବନରେ 2ଟି କେନ୍ଦ୍ର ଓ ମାରୱାଡି ଧର୍ମଶାଳାରେ ଗୋଟିଏ ଟୀକାକରଣ କେନ୍ଦ୍ର କରାଯାଇଛି ।

ତେବେ ଟୀକାକରଣକୁ ଗ୍ରାମଭିମୁଖୀ କରିବାକୁ ଜିଲ୍ଲା ବିଜେପି ସ୍ବାସ୍ଥ୍ୟ ବିଭାଗ ପାଖରେ ଦାବି କରିଛି। ଏପରିକି ଗ୍ରାମାଞ୍ଚଳରେ ଯେଉଁ ଯୁବକମାନେ ଆପ ମାଧ୍ୟମରେ ରେଜିଷ୍ଟ୍ରେସନ କରି ଜାଣିନାହାଁନ୍ତି, ତାଙ୍କୁ ପଞ୍ଜୀକରଣ ଭୁକ୍ତ କରିବା ସହ ଟିକା ପ୍ରଦାନ କରିବା ପାଇଁ ଦାବି କରିଛି । ସେହିପରି ଏବେ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ ପାଇଁ ଟିକା ବ୍ୟବସ୍ଥା କରିଥିବାବେଳେ ଟିକା ନେଉଥିବା ଲୋକଙ୍କୁ ନିଜ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଫଟୋଯୁକ୍ତ ଓଡିଶା ସରକାରଙ୍କ ପ୍ରମାଣ ପତ୍ର ଦିଆଯାଉଥିବାରୁ ଏହି ମହାମାରୀ ସମୟରେ ବି ରାଜ୍ୟ ସରକାର ରାଜନୀତି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details