ସୁବର୍ଣ୍ଣପୁର:ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାବେଳେ ସୁବର୍ଣ୍ଣପୁରରେ ପୁଣି ବାଜିମାତ କରିଛି ବିଜେଡି। ସଦର ପୌର ପରିଷଦ ସମେତ ବିନିକା ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦ ପୁଣି ବିଜେଡି ଖାତାକୁ ଯାଇଛି ।
ସଦର ମହକୁମା ପୌର ପରିଷଦର ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ତାମସୀ ତାମସ୍ମିତା ନାୟକ ବିଜୟୀ ହୋଇଛନ୍ତି । ସେହିପରି ସହରର 15ଗୋଟି ୱାର୍ଡ ଭିତରୁ 12 ଗୋଟି ୱାର୍ଡରେ ବିଜେଡି ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି। ସେହିପରି ବିଜେପି ଖାତାକୁ ଦୁଇଟି କାଉନସିଲର ଆସନ ଯାଇଥିବାବେଳେ କଂଗ୍ରେସ କେବଳ ଗୋଟିଏ କାଉନସିଲର ଆସନ ହାତେବାକୁ ସକ୍ଷମ ହୋଇଛି। ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀନୀ ବନ୍ଦିତା ନାୟକ ବିଜୟୀ ହୋଇଛନ୍ତି।