ଓଡିଶା

odisha

ETV Bharat / state

ବିଶାଲପାଲି ଡକାୟତିର ପର୍ଦ୍ଦାଫାସ: ନିଜେ ଚୋରି କରି ଥାନାରେ ଦେଇଥିଲେ ଏତଲା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ସାଢେ ତିନି ଲକ୍ଷରୁ ଟଙ୍କାରୁ ତିନି ଲକ୍ଷ ସତେଇଶ ହଜାର ଟଙ୍କା ଜବତ ହୋଇଛି । ଅଧିକ ପଢନ୍ତୁ

ବିଶାଲପାଲି ଡକାୟତିର ପର୍ଦ୍ଦାଫାଶ: ଦୁଇ ଅଭିଯୁକ୍ତ ଗିରଫ
ବିଶାଲପାଲି ଡକାୟତିର ପର୍ଦ୍ଦାଫାଶ: ଦୁଇ ଅଭିଯୁକ୍ତ ଗିରଫ

By

Published : Nov 21, 2021, 5:16 PM IST

ସୁବର୍ଣ୍ଣପୁର: ଜିଲ୍ଲାର ବିନିକା ଥାନା ଅନ୍ତର୍ଗତ ବିଶାଲପାଲି ଛକରେ ହୋଇଥିବା ଡକାୟତି ମାମଲାର ପର୍ଦ୍ଦାଫାସ କରିବାରେ ପୋଲିସ ସଫଳତା ପାଇଛି । ଗତ 17 ତାରିଖରେ ଅଭିଯୁକ୍ତ ସୁରେଶ ଠାକୁର ଓ ଜୟପାଲ ମହାନନ୍ଦ ଏକ ଗାଡିରେ ଆସିକାରୁ ବରଗଡ ସାଢେ ତିନି ଲକ୍ଷ ଟଙ୍କା ନେଇ ଯାଉଥିଲେ । ତେବେ ବିଶାଲପାଲି ଛକରେ ୬ ଜଣ ଦୁର୍ବୃତ୍ତ ଗାଡି ଅଟକାଇ ଅଭିଯୁକ୍ତ ମାନଙ୍କୁ ଆକ୍ରମଣ କରି ଟଙ୍କା ଲୁଟ କରିଥିବା ବିନିକା ଥାନାରେ ସେମାନେ ଅଭିଯୋଗ କରିଥିଲେ ।

ବିଶାଲପାଲି ଡକାୟତିର ପର୍ଦ୍ଦାଫାଶ: ଦୁଇ ଅଭିଯୁକ୍ତ ଗିରଫ

ତେବେ ଟଙ୍କାର ମାଲିକ ସୁରେଶ ଲାଠ ଏହା ଏକ ମିଥ୍ୟା ମାମଲା ଓ ଟଙ୍କା ସୁରେଶ ଠାକୁର ଓ ଜୟପାଲ ମହାନନ୍ଦ ଆତ୍ମସାତ କରିଛନ୍ତି ବୋଲି ପୁଣି ଏକ ମାମଲା ଦାୟର କରିଥିଲେ । ତେବେ ଅଭିଯୁକ୍ତ ମାନେ ଟଙ୍କା ଠକିନେବା ପାଇଁ ମିଛରେ ନିଜକୁ ନିଜେ ଆକ୍ରମଣ କରି ଟଙ୍କାସବୁ ଆତ୍ମସାତ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ତେବେ ଅଭିଯୁକ୍ତ ଦୁଇଜଣ ଟଙ୍କା ଜଣେ ପରିଚିତ ବ୍ୟକ୍ତି ହାତରେ ବରଗଡ ପଠେଇ ଦେଇ ମିଛରେ ବିନିକା ଥାନାରେ ଏତଲା ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ତଦନ୍ତକାରୀ ପୋଲିସ ଦଳ ବରଗଡ ଯାଇ ସାଢେ ତିନି ଲକ୍ଷରୁ ଟଙ୍କାରୁ ତିନି ଲକ୍ଷ ସତେଇଶ ହଜାର ଟଙ୍କା ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛନ୍ତି । ବାକି ତେଇଶ ହଜାର ଟଙ୍କାର ସନ୍ଧାନ ଚାଲିଥିବା ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ, ପୋଲିସ ତାହା ତଦନ୍ତ କରୁଛି । ଅଭିଯୁକ୍ତ ଦୁଇଙ୍କୁ ଆଜି(ରବିବାର) କୋର୍ଟ ଚାଲାଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details