ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଫକୀର ପଟ୍ଟନାୟକଙ୍କ ୯୪ତମ ଜୟନ୍ତୀ ଉତ୍ସବ ପାଳିତ । ଫକୀରଙ୍କ ସୃତି କମିଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଘୋଡାଘାଟ ପଡାର ବଉଳ ତଳଠାରେ ଫକୀର ପଟ୍ଟନାୟକ ସଙ୍ଗୀତ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ।
ଏହି ଅବସରରେ କଣ୍ଠଶିଳୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଶାଶ୍ବତ ତ୍ରିପାଠୀଙ୍କ ନେତୃତ୍ବରେ ପ୍ରାୟ ୧୧ ଜଣ ଗାୟକ ଫକୀର ପଟ୍ଟନାୟକଙ୍କ ବିଭିନ୍ନ ଲୋକଗୀତ ପରିବେଷଣ କରିଥିଲେ । ସ୍ଥାନୀୟ କଣ୍ଠଶିଳ୍ପୀ କୈବଲ୍ୟ ନାୟକ ସଙ୍ଗୀତ ସନ୍ଧ୍ୟାର ଆରମ୍ଭ କରିଥିଲେ । ସ୍ବେଚ୍ଛାସେବୀ ଶ୍ରୀବତ୍ସ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କୁ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ଏହାପରେ ଗୋଟିକ ପରେ ଗୋଟିଏ ଫକୀରଙ୍କ ଲୋକପ୍ରିୟ ଗୀତକୁ ଗାୟକଙ୍କ ଦ୍ବାରା ପରିବେଷଣ କରାଯାଇଥିଲା ।