ଓଡିଶା

odisha

ETV Bharat / state

ବିନିକା ବିଜେପି ପାଳିଲା ମହା ବିଷୁବ ସଂକ୍ରାନ୍ତି

ସୁବର୍ଣ୍ଣପୁର ବିନିକାରେ ବିଜେପି ପାଳିଲା ମହା ବିଷୁବ ସଂକ୍ରାନ୍ତି । ଅଧିକ ପଢନ୍ତୁ...

By

Published : Apr 14, 2021, 10:42 PM IST

ବିନିକା ବିଜେପି ପାଳିଲା ମହା ବିଷୁବ ସଂକ୍ରାନ୍ତି ପାଳିତ
ବିନିକା ବିଜେପି ପାଳିଲା ମହା ବିଷୁବ ସଂକ୍ରାନ୍ତି ପାଳିତ

ସୁବର୍ଣ୍ଣପୁର : ବିଜେପିର କାର୍ଯ୍ୟକର୍ତା ମାନଙ୍କୁ ନେଇ ବିନିକା ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଆବାହକ ପ୍ରଶାନ୍ତ ଦଣ୍ଡସେନାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଜିଲ୍ଲା ବିଜେପିର ଅନେକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବଳଦେବ ପ୍ରସାଦ ବେଦବାକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାବାସୀଙ୍କ ଭିତରେ ବିଜେପି କିଭଳି ଆହୁରି ବିଶ୍ୱାସ ଭାଜନ ହୋଇ ପାରିବ ସେ ଦିଗରେ ସଭିଏଁ ମିଳିମିଶି କାର୍ଯ୍ୟକରିବା ପାଇଁ କହିଥିଲେ ।ଏହି ଉତ୍ସବରେ ପୂର୍ବତନ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁରେଶ ମିଶ୍ର, ଜିଲ୍ଲା କେଶରୀଆ ବାହିନୀର ସଭାପତି ବ୍ୟାସଦେବ ମିଶ୍ର, ପୂର୍ବତନ ଓବିସି ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଓମ ପ୍ରକାଶ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପୂର୍ବତନ ବିନିକା ନଗର ସଭାପତି ସମ୍ବିଦ ନେପାକ ବି ଯୋଗ ଦେଇଥିଲେ ।

ବିନିକା ବିଜେପି ପାଳିଲା ମହା ବିଷୁବ ସଂକ୍ରାନ୍ତି ପାଳିତ

ଏହି ଅବସରରେ ଏକ ଭବ୍ୟ ମୋଟର ସାଇକେଲ ଶୋଭାଯାତ୍ରାରେ କାର୍ଯ୍ୟକର୍ତା ମାନେ ସମ୍ପୂର୍ଣ୍ଣ ବିନିକା ନଗର ପରିକ୍ରମା କରି ସହରରେ ଆୟୋଜିତ ପ୍ରଭୁ ହନୁମାନଙ୍କ ପୂଜାରେ ଯୋଗଦେଇ ଥିଲେ।ଏହି ଉତ୍ସବରେ ଅଧିକାଂଶ ଜିଲ୍ଲା ବିଜେପିର କାର୍ଯ୍ୟକର୍ତା ଯୋଗ ଦେଇଥିବାରୁ ଏହା ଅସନ୍ତୁଷ୍ଟ ବିଜେପି ଗୋଷ୍ଠିର କାର୍ଯ୍ୟକ୍ରମ ବୋଲି ସାଧାରଣରେ ଆଲୋଚନା ହେଉଛି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details