ଓଡିଶା

odisha

ETV Bharat / state

ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟିପାତରେ କ୍ଷତିଗ୍ରସ୍ତ ରବି ଚାଷୀ - Binika and Rampur farmers affected by heavy rains and hailstorms

ସୁବର୍ଣ୍ଣପୁର ଜିଲ୍ଲାରେ ଘଡଘଡି, ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟିପାତ । କୁଆପଥର ମାଡରେ ବିନିକା ଓ ରାମପୁର ଅଞ୍ଚଳର ରବି ଚାଷୀ କ୍ଷତିଗ୍ରସ୍ତ । ଅଧିକ ପଢନ୍ତୁ...

Binika and Rampur farmers affected by heavy rains and hailstormsBinika and Rampur farmers affected by heavy rains and hailstorms
ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟିପାତରେ କ୍ଷତିଗ୍ରସ୍ତ ବିନିକା ଓ ରାମପୁରର ରବି ଚାଷୀ

By

Published : Mar 19, 2020, 8:05 PM IST

Updated : Mar 19, 2020, 9:04 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଗୁରୁବାର ଘଡଘଡି, ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟିପାତ ହୋଇଛି । ଖୁବ୍‌ ଜୋରରେ ପବନ ବୋହିବା ସହ ବର୍ଷା ହେବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଝଡ଼ ତୋଫାନ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି ।

ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟିପାତରେ କ୍ଷତିଗ୍ରସ୍ତ ବିନିକା ଓ ରାମପୁରର ରବି ଚାଷୀ

ବିଶେଷକରି ଜିଲ୍ଲାର ବିନିକା ବ୍ଲକ ଅଞ୍ଚଳରେ ବର୍ଷା ସହ କୁଆପଥର ମାଡ ହୋଇଥିବାରୁ ରବି ଧାନ ଚାଷ ସହିତ ପନିପରିବା ଓ ଡାଲି ଜାତୀୟ ଚାଷ ବେଶ କ୍ଷତି ହୋଇଛି । ଝଡ ତୋଫାନରେ ଅନେକ ଗଛ ଉପୁଡି ପଡିବା ସହିତ ଅନେକ ସ୍ଥାନାରେ ରାସ୍ତା ଅବରୋଧ ହୋଇଛି । କୁଆପଥର ମାଡରେ ବିନିକା ଓ ରାମପୁର ଅଞ୍ଚଳର ଚାଷୀ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Last Updated : Mar 19, 2020, 9:04 PM IST

ABOUT THE AUTHOR

...view details